BREAKING
Loading...
:

ଜଳିଗଲେ ଆଉ ଏକ ନାବାଳିକା : ବରଗଡ଼ ପଦ୍ମପୁରରୁ ଆସିଲା ୧୩ ବର୍ଷର ନାବାଳିକା ପୋଡ଼ିର ଛାତିଥରା ଘଟଣା*

 *ଜଳିଗଲେ ଆଉ ଏକ ନାବାଳିକା : ବରଗଡ଼ ପଦ୍ମପୁରରୁ ଆସିଲା ୧୩ ବର୍ଷର ନାବାଳିକା ପୋଡ଼ିର ଛାତିଥରା ଘଟଣା*




ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି । ତାଙ୍କ ଶରୀରର ଏତେ ଅଂଶ ପୋଡ଼ିଯାଇଛି ଯେ, ଟିଭି ସ୍କ୍ରିନରେ ଦେଖାଇବା ସମ୍ଭବ ନୁହେଁ । 



 ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ଜଳିଯାଇଛନ୍ତି । ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି । ତାଙ୍କ ଶରୀରର ଏତେ ଅଂଶ ପୋଡ଼ିଯାଇଛି ଯେ, ଟିଭି ସ୍କ୍ରିନରେ ଦେଖାଇବା ସମ୍ଭବ ନୁହେଁ । 


ତେବେ କେମିତି ଜଳିଗଲେ ନାବାଳିକା? ନା କେହି ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛି, ତାହା ସ୍ପଷ୍ଟ ହୋଇନି । ଏନେଇ ଆମ୍ବୁଲାନ୍ସକୁ ଖବର ଦିଆଯିବା ପରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଯେଉଁଥିପାଇଁ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS