BREAKING
Loading...
:

ରାକ୍ଷୀ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଖଣ୍ଡପଡ଼ା

 ରାକ୍ଷୀ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଖଣ୍ଡପଡ଼ା                 



     ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଆଗକୁ  ଆସୁଛି ରାକ୍ଷୀ ପୂର୍ଣ୍ଣିମା।ପ୍ରଭୁ ବଳଦେବ ଜୀଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥ‌ିବା ରକ୍ଷାବନ୍ଧନ ଉତ୍ସବ ଭାଇ ଓ ଭଉଣୀଙ୍କ ମଧ୍ୟରେ  ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ I ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଚନ୍ଦନ, ହଳଦୀ, ଦୀପ, ଅରୁଆ ଚାଉଳ ରଖି ପୂଜାଥାଳି ପ୍ରସ୍ତୁତ କରି ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସୀ ଥାନ୍ତି I ଭାଇ ନିଜ ଭଉଣୀର ସୁଖଦୁଃଖରେ ସହଭାଗୀ ହେବା ପାଇଁ ପ୍ରତିଶ୍ରୁତି ଦେଇଥାଏ  ଆସନ୍ତା ୯ ତାରିଖରେ ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ପବିତ୍ର ରକ୍ଷାବନ୍ଧନ ଉତ୍ସବ I ରକ୍ଷାବନ୍ଧନ ଉତ୍ସବକୁ ନେଇ ଖଣ୍ଡପଡ଼ାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ସବୁଠି ମାଳମାଳ ରାକ୍ଷୀ ଦୋକାନ ଖୋଲିଛି।ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଖଣ୍ଡପଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥ‌ିବା ବେଳେ ରାକ୍ଷୀ ଦୋକାନରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS