ଅଗ୍ନି ବୀର ସଚେତନତା କାର୍ଯ୍ଯକ୍ରମ ଆୟୋଜିତ
ରାଇରଙ୍ଗପୁର ,- ମହିଳା ମହାବିଦ୍ୟାଳୟରେ ଅଗ୍ନି ବୀର (ବାୟୁ)ଉପରେ ଏକ କାଉନସେଲିଂ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଓ ଆବାହକ ବିଜୟ କୁମାର ରାମଙ୍କ ପୌରୋହିତ୍ୟ ଓ ସଂଯୋଯନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଆଇ ଏ ଏସ ଅଫିସର ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପ୍ରଧାନ ମୁଖ୍ଯ ଅତିଥୁ ରୁପେ ଯୋଗ ଦେଇ ଛାତ୍ରୀମାନଙ୍କ ଉଦ୍ଦେଶ୍ଯ ରେ ଅଗ୍ନୀ ବୀର ମାଧ୍ୟମ ରେ କେରିୟର କାଉନସେଲିଂ ଉପରେ ସତେତନତା ବାର୍ତା ପ୍ରସ୍ତୁତ କରିଥିଲେ ଏବଂ ତାଙ୍କ ସହିତ ଏକ ଆକର୍ଷଣୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ। ଅଗ୍ନି ବୀର ଏକ୍ସପର୍ଟ ଭାବରେ ଫ୍ଲାଇଙ୍ଗ ଅଫିସର ଜୟନାରାୟଣ ବେହେରା ଉପସ୍ଥିତ ହୋଇ ଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ଅଗ୍ନି ବୀର ର ଭୁମିକା,ଯୋଗ୍ୟତାର ଚର୍ଚା କରି ଅଗ୍ନି ବୀର ହେବାକୁ ଆହ୍ବାନ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଟାର୍ଡ ଆର୍ମୀ କ୍ୟାପ୍ଟେନ ମହେନ୍ଦ୍ର ନାଥ ମହାନ୍ତ, ରିଟାର୍ଡ ସୁବେଦାର ଶଂଙ୍ଖ ଚରଣ ମାଝି,ସୁବେଦାର ଶ୍ୟାମ ସୁନ୍ଦର ମାରାଣ୍ଡି , ସୁବେଦାର କାଲିକୃସ୍ନ ସୋରେନ, ନାଏବ ସୁବେଦାର ସଦାନନ୍ଦ ସୋରେନ , ଶ୍ରୀଯୁକ୍ତ ରଘୁନାଥ ମାଝି,
ଏ ଡି ଡବ୍ଲୁ ଓ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର କୁମାର ସାମଲ, ଯଣୋଧରା ମହାନ୍ତ, ରେଣୁକା ମହାନ୍ତ ପ୍ରିୟତମା ହେମ୍ବ୍ରମ,ଶୁଭଦର୍ଶିନି ମିଶ୍ର, ବବଲୁ କୁମ୍ଭକାର,ରଂଜୁଲତା ନାୟକ,ପୁଷ୍ପଲତା ମୁର୍ମୁ, ,ଶ୍ୟାମ ସୁନ୍ଦର ମଣ୍ଡଳ, ଅମିତ ଗୋପାଳ, ତରୁଣ ମହାନ୍ତ, ସାଓନା ମୁର୍ମୁ, ଦୀପିକା ମହାରାଣା , ଛିତା, ସୁଲୋଚନା,ଓ ଅନ୍ଯାନ୍ଯ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅଭିପ୍ସିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରୀମାନଙ୍କ ମଧରୁ ଛିତା ସୋରେନ, କାପୁରା ସୋରେନ, ମାଇଦୀ ମାରାଣ୍ଡି, ସସ୍ମିତା ବେଶ୍ରା, ବୁଦୁଜ ମାଝି,ନୈନା ହେମ୍ବ୍ରମ, ଖୁଶି,ଦମୟନ୍ତି, ନନ୍ଦିନୀ ପୁର୍ତି ଓ ଅନ୍ଯମାନେ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment