BREAKING
Loading...
:

ଛେଳିଗଡ ଜଳପ୍ରକଳ୍ପ ବିସ୍ଥାପିତ ଓ ପ୍ରଶାସନର ବାଦ ବିବାଦର ଅନ୍ତ ଘଟିବ କେବେ ।

 ଛେଳିଗଡ ଜଳପ୍ରକଳ୍ପ ବିସ୍ଥାପିତ ଓ ପ୍ରଶାସନର ବାଦ ବିବାଦର ଅନ୍ତ ଘଟିବ କେବେ ।



ଗଜପତି (ମନୋଜ କୁମାର ପାଢୀ)- ଦୀର୍ଘବର୍ଷ ଧରି ଆରମ୍ଭ ହୋଇ ଆଜି ଯାଏ ଶେଷ ହେବାର ନାମ ନେଉନି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଳିଗଡ ଜଳପ୍ରକଳ୍ପ । କେବେ ବିସ୍ଥାପିତଙ୍କ ବିରୋଧରେ ପ୍ରକଳ୍ପ କାର୍ଯ୍ୟ ବାଧା ପ୍ରାପ ତ ଆଉ କେବେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକ୍ରମକୁ ବିରୋଧ କରି ରାସ୍ତାରୋକ । କୋଟିକୋଟି ବିନିମୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଲାଗି ରାଜ୍ୟ ସରକାର ମଧ୍ୟ ଖାମଖିଆଲି ନୀତିରେ ଚଲେଇଥିବା ପରି ଅନୁମାନ ହେଉଛି । କାରଣ ଜିଲ୍ଲାକୁ ଆସୁଥିବା ଜିଲ୍ଲାପାଳମାନଙ୍କ ଘନ ଘନ ପରିଦର୍ଶନରେ ମଧ୍ୟ କିଛି ଫଳ ମିଳୁନଥିବା ପରି ଜଣାପଡୁଛି । ଅନେକ ଥର ବିସ୍ଥାପିତ କମିଟି ସହ ଆଲୋଚନା ସବୁ ପ୍ରହଶନ ପରି ଅନୁମାନ ହେଉଛି । କେବେ ବିସ୍ଥାପିତ କ୍ଷତି ପୂରଣ ନ ପାଇବା ଅଭିଯୋଗ କରୁଥିବା ବେଳେ ବିଭାଗୀୟ ଅଧିକାରୀ ସହାୟତା ଦେଇ ସାରିଥିବା କହୁଛନ୍ତି । ତେବେ କେତେକ ବିସ୍ଥାପିତଙ୍କ କହିବା ଅନୁସାରେ ସରକାର ଚିହ୍ନିତ ବିସ୍ଥାପିତଙ୍କ ଘର ପଟା ନେଇ କିଛି କିଛି ଆର୍ଥିକ ସହାୟତା ଦେଇଛନ୍ତି ସତ କିନ୍ତୁ ସ୍ଥାୟୀ ଥାଇଥାନ ଲାଗି ଭୂମିହରାଙ୍କୁ କୌଣସି ଜମିପଟ୍ଟା କିମ୍ବା ସମ୍ପୂଣ୍ଣ ଆର୍ଥିକ ସହାୟତା ନ ଦେବା ହିଁ ବିବାଦର ମୂଖ୍ୟ କାରଣ । ଏଇ ପରି ପେକ୍ଷୀରେ ଆଜି ଛେଳିଗଡ ସ୍ଥିତ ପଞ୍ଚାୟତ ସଭାଗୃହରେ ଅଞ୍ଚଳର ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ସଭ୍ୟା, ବ୍ଳକ ଉପାଧ୍ୟକ୍ଷା, ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡ ମେମ୍ବର ଗଣ , ବୃଦ୍ଧିଜୀବୀ, ସ୍ବେଛାସେବୀ, ଶତାଧିକ ବିସ୍ଥାପିତ ଓ ଆଂଶିକ ବୁଡିଅଞ୍ଚଳର ଜନ ସାଧାରଣଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୁଡିଅଞ୍ଚଳ କମିଟିର ସଭାପତିଙ୍କ କହିବା ଅନୁସାରେ କିଛିଦିନ ପୂର୍ବରୁ ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ ଦାୟୀତ୍ବ ଗ୍ରହଣ ପରେ ଏଇ ବୁଡିଅଞ୍ଚଳ ପରିଦର୍ଶନ କରିଥିଲେ ସତ ହେଲେ ବିସ୍ଥାପିତଙ୍କ ସହ କୌଣସି ଆଲୋଚନା ନ କରି ଫେରିଯାଇଥିବାରୁ ଭବିଷ୍ୟତର ଆଶଙ୍କା ଅନୁମାନ କରି ଏହି ବୈଠକ ହେବା କଥା, ବିସ୍ଥାପିତଙ୍କୁ ସମ୍ପୂଣ୍ଣ କ୍ଷତିପୂରଣ ନ ଦେଇ ସରକାର ଏ ପ୍ରକଳ୍ପକୁ ଆଗକୁ ନେବାକୁ ଚେଷ୍ଟା କଲେ, ବିଡିଅଞ୍ଚଳ କମିଟି ସମ୍ପୂଣ୍ଣ ବିରୋଧ କରାବ, ଆନ୍ଦୋଳନ କରିବ ଓ ଦରକାର ହେଲେ ରକ୍ତର ନଦୀ ବୋହିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଓ ସରକାର ଏହାର ଶ୍ରୀଘ୍ର ସଠିକ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ସହାୟତା କରିବା ଲାଗି ଅନୁରୋଧ ମଧ୍ୟ କରିଛନ୍ତି ବିସ୍ଥାପିତ!

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS