କୋରାପୁଟ ରେ ଜାତୀୟ କୃମି ଦିବସ ପାଳିତ l
ଆଜି ସ୍ଥାନୀୟ ବାଳିକା ଉଚବିଦ୍ୟାଳୟ ଠାରେ ଗାନ୍ଧୀନଗର ଆୟୁଷ୍ମାନ ମନ୍ଦିର ତରଫରୁ ଜିଲ୍ଲା ପ୍ରଶାସନ ର ଆନୁକୂଲ୍ୟରେ ଜାତୀୟ କୃମି ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ଯୋଗଦେଇ କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଆଜିର ଦିବସ ତାପଯ୍ୟ ଉପରେ ଆଲୋକପାତ କରିଥିଲେ l ଏଡ଼ି ଏମଓ ନୀଳମାଧବ ଶଥପଥି ଯୋଗଦେଇ ଥିବା ବେଳେ ଡିପିଏମ ଶ୍ରୀଯୁକ୍ତ ଉମେଶ ପ୍ରସାଦ ସଡ଼ଙ୍ଗୀ ଜିଲ୍ଲା ରେ ପାଞ୍ଚଲକ୍ଷ ରୁ ଉର୍ଦ୍ଧ ଜନ୍ମ ରୁ 19ବର୍ଷ ବୟସ ଯାଏଁ ପିଲାମାନେ ଏହି କୃମି ଔଷଧ ଆଜି ଖାଇବେ ବୋଲି କହିବା ସହ ଏହା ସମସ୍ତ ଅଙ୍ଗନବାଡି କେନ୍ଦ୍ର ବିଦ୍ୟାଳୟ ରେ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ l ଏ ପି ଏମ ଭାଗ୍ୟଲକ୍ଷ୍ମୀ ଅତିଥି ମାନଙ୍କ ପରିଚୟ ଦେଇଥିବା ବେଳେ ଡି ପି ଏମ ଉମେଶ ପ୍ରସାଦ ସଡ଼ଙ୍ଗୀ କାଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment