BREAKING
Loading...
:

ମାରାଙ୍ଗ ଗୋମକେ ଜୟପାଲ ସିଂ ମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଟ୍ରଫି ଉଦଯାପିତ

 ମାରାଙ୍ଗ ଗୋମକେ ଜୟପାଲ ସିଂ ମୁଣ୍ଡା   ଫୁଟବଲ ଟୁର୍ଣ୍ଣାମେଣ୍ଟ ଟ୍ରଫି ଉଦଯାପିତ                           



   ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ଥ କଚେରୀ ପଡିଆ ଠାରେ ଓଲ ଅଡିଶା ଅନୁସୂଚିତ ଜନଜାତି ସଂଘ ( ଏ ଆଇ ଏସ ଟି ଏ) ଆନୁକୂଲ୍ଯରେ ଗତ ୭ ଅଗଷ୍ଟ ମାରାଙ୍ଗ ଗୋମକେ ଜୟପାଲ ସିଂ ମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଟ୍ରଫି ଉଦଘାଟନ ହୋଇ ଉଦଯାପିତ ହୋଇଯାଇଛି l ଏଥିରେ ବାମନଘାଟୀ ଉପଖଣ୍ଡ ର ସମସ୍ତ ବ୍ଲକ ତଥା ଦୂରଦୂରାନ୍ତରରୁ ସମୁଦାୟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ l ଉଦଯାପନୀ  ଫାଇନାଲ ରେ ତିରିଙ୍ଗ ଏଫସି  ସହ ରୋହିତ ଏକାଦଶ ବାଦାମପାହାଡ କ୍ରୀଡା ହୋଇଥିଲା l ତିରିଙ୍ଗ ଏଫସି ୫, ୪ ରେ ଚାମ୍ପିୟାନ ହୋଇଥିଲା ବେଳେ ରୋହିତ ଏକାଦଶ ବାଦାମପାହାଡ ରର୍ନସ୍ ଅଫ୍ ହୋଇଥିଲା l ଉକ୍ତ ଭବ୍ଯ କ୍ରୀଡାରେ କମେଣ୍ଟଟେଟର ଭାବେ ଅର୍ଜୁନ ହାଁସଦାଃ ଯୋଗ ଦେଇଥିବା ବେଳେ ରେଫରି ଭାବେ କମନଭାନୁ କିସ୍କୁ, ସିଧଚାନ୍ଦ ଟୁଡୁ, ସୌଦାନ ସୟ, ଦୟାନିଧି ସୟ ଓ ମାନସିଂ ମୁର୍ମୁ ଯୋଗ ଦେଇଥିଲେ l ଉଦଘାଟନୀ ଓ ଉଦଯାପନୀ ସମାବେଶରେ ସମ୍ମାନିତ ଅତିଥି ଭାବେ  ସମାଜସେବୀ ସୁନୀଲ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ଲକ୍ଷ୍ମଣ ମାଝୀ , ଶ୍ଯାମଚରଣ ହାଁସଦାଃ, ଉପଖଣ୍ଡ ହସପିଟାଲ ମେଡିକାଲ ଅଫିସର ଡକ୍ଟର ଡି ଏନ ଟୁଡୁ, ରାଇରଙ୍ଗପୁର ବ୍ଲକ ସଭାପତି ଜ୍ଞାନରଂଜନ ହେମ୍ବ୍ରମ,  ପୂର୍ବତନ ସରପଞ୍ଚ ରାଇସେନ ସୋରେନ,  ପୂର୍ବତନ ଫରେଷ୍ଟ ଅଫିସର ବିଦୁରାମ ମାହାଲି ଓ ଜେଏମଏମ ବରିଷ୍ଟ କର୍ମୀ ସାଲୁ କିସ୍କୁ  ପ୍ରମୁଖ ଯୋଗ ଦେଇ କୁତୀପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରିଥିଲେ l ଚାମ୍ପିୟାନ ଦଳ ତିରିଙ୍ଗ ଏଫସି ଙ୍କୁ ୪୦ ହଜାର ଟଙ୍କା ଚେକ୍ ଓ ଟ୍ରଫି ଦିଆଯାଇଥିବା ବେଳେ ରର୍ନସ ଅଫ୍ ଦଳ ରୋହିତ ଏକାଦଶ ବାଦାମପାହାଡ ଙ୍କୁ ୩୦ ହଜାର ଟଙ୍କା ଚେକ୍ ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଏହାପରେ  ଯଥାକ୍ରମେ ଚୁତୀୟ ସ୍ଥାନରେ ଥିବା ସୋରେନ ଷ୍ଟାର ଓ ଚତୁର୍ଥ ସ୍ଥାନରେ ଥିବା ୟଙ୍ଗ ଫାଇଟର ଦଳଙ୍କୁ ମଧ୍ଯ ପୁରସ୍କୁତ କରାଯାଇଥିଲା l ଉକ୍ତ କ୍ରୀଡାକୁ ଏ ଆଇ ଏସ ଟି ଏ କମିଟୀର ସଭାପତି ଦୁଗୁ ସୋରେନ ମାହାଲି, ଉପସଭାପତି ଭଗବତ ମାଝୀ, ସାଧାରଣ ସଂପାଦକ କିଶୁନ ଚନ୍ଦ୍ର ହାଁସଦାଃ, ସହସଂପାଦକ ଦଃଖୀଶ୍ଯାମ ହାଁସଦାଃ, କୋଷାଧକ୍ଷ ପରେଶ୍ବର ମୁର୍ମୁ, ମିଳିତ କୋଷାଧକ୍ଷ ଶୀତଳ ହାଁସଦାଃ, ସହକୋଷାଧକ୍ଷ ଉଦୟନାଥ ସୋରେନ, ଉପଦେଷ୍ଟା ଦୁର୍ଗାଚରଣ କିସ୍କୁ, ଆଇନ ଉପଦେଷ୍ଟା ଚନ୍ଦ୍ରମୋହନ ଟୁଡୁ ମୁଖ୍ଯ କୋଡିନେଟର ଗ୍ରେସ ପଚାରୀ ଓ  କୋଡିନେଟର ଦୁଃଖୀଶ୍ଯାମ ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ l ଏହାକୁ ଦେଖିବାକୁ ଫୁଟବଲ କ୍ରୀଡା ପ୍ରେମୀମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS