BREAKING
Loading...
:

ଖଣ୍ଡପଡ଼ା ଅଞ୍ଚଳରେ ଗଜାନନଙ୍କ ପୂଜା

 ଖଣ୍ଡପଡ଼ା ଅଞ୍ଚଳରେ ଗଜାନନଙ୍କ ପୂଜା



ଖଣ୍ଡପଡ଼ା ୨୭|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପୂଜାମଣ୍ଡପ ଓ  ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରଭୁଙ୍କର ମୃଣୟ ମୂର୍ତ୍ତି ପୂଜା ପାଉଛନ୍ତି।ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଗୁଡିକ ଝଲସି ଉଠୁଛି।ତେବେ ଦିନତମାମ ଲଗାଣ ବର୍ଷା ଯୋଗୁଁ ଗଜାନନଙ୍କ ପୂଜା ଉତ୍ସବ ଫିକା ପଡ଼ିଯାଇଥିବା ବେଳେ ଏ ଅବସରରେ କେତେକ ପୂଜା କମିଟି ପକ୍ଷରୁ ପୂଜାମଣ୍ଡପ ନିକଟରେ ରାତ୍ରକାଳରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବର୍ଷା ଯୋଗୁଁ ଶେଷ ମୁହୁର୍ତ୍ତରେ ବାତିଲ କରାଯାଇଥିବା ଜଣାପଡିଛି।ଚଳିତ ବର୍ଷ ଖଣ୍ଡପଡ଼ା ସହରର ରଥଗଡାଛକରେ ଟେନଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ପୂଜାମଣ୍ଡପରେ ୧୩ ଫୁଟ ଉଚ୍ଚର ବାଲ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି।ସେହିପରି ଖଳିସାହି ପଞ୍ଚାୟତ ଅଧିନ କୋଟପୋଖରୀ ନୂଆସାହିରେ ଗତ ୨୦ ବର୍ଷ ଧରି ପ୍ରଭୁ ଗଜାନନଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଆସୁଛି।ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ୩୦୦ରୁ ଉର୍ଦ୍ଧ୍ବ ପୂଜାମଣ୍ଡପରେ ବିଘ୍ନ ବିନାଶକ ଗଜାନନ ପୂଜା ପାଉଥିବା ଜଣାପଡିଛି। (ଫଟୋ ପଠାଇଛି)

Post a Comment

Previous Post Next Post
Header ADS