ରାସ୍ତାରେ ଖାଲ ଯୋଗୁଁ ବଢୁଛି ଦୁର୍ଘଟଣା
ଖଣ୍ଡପଡା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀନୀଳମାଧବ କ୍ଷେତ୍ରକୁ ସଂଯୋଗ କରୁଥିବା ଖଣ୍ଡପଡା-କଣ୍ଟିଲୋ ରାସ୍ତାର ବିଭିନ୍ନ ସ୍ଥାନରେ ଶହଶହ ଖାଲଖମା ସୃଷ୍ଟି ହୋଇଥିବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ମହାନଦୀ ଘାଟରୁ ବାଲି ବୋଝେଇ କରି ହାଇୱା ଗାଡିଗୁଡିକ ଏହି ରାସ୍ତା ଦେଇ ଦିନ ଓ ରାତିରେ ଯାତାୟାତ କରୁଛି। ଭାରିଯାନଗୁଡିକ ଚଳପ୍ରଚଳ ଯୋଗୁଁ ରାସ୍ତା ଦବି ଯାଇ ଖାଲଖମା ସୃଷ୍ଟି ହୋଇଥିବା ଜଣାପଡିଛି।ରାସ୍ତା ମରାମତି ଦିଗରେ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଧ୍ୟାନ ନଦେଇ ନୀରବଦ୍ରଷ୍ଟା ସାଜିଥିବା ଜଣାପଡିଛି।ଏବେ ଉକ୍ତ ରାସ୍ତାରେ ଯାତାୟାତ କଲାବେଳେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ତ୍ତବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାର୍ଯ୍ୟ ଶେଷ କରିବାକୁ ସାଧରଣରେ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق