BREAKING
Loading...
:

ବର୍ଷ ବର୍ଷ ଧରି ଭଡ଼ା ଘରେ ଚାଲୁଛି ନୂଆଗଡ଼ିଆସାହି ଫାଣ୍ଡି ,ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

 ବର୍ଷ ବର୍ଷ ଧରି ଭଡ଼ା ଘରେ ଚାଲୁଛି ନୂଆଗଡ଼ିଆସାହି ଫାଣ୍ଡି ,ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ



ଖଣ୍ଡପଡ଼ା  (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଥାନା ଅଧିନ ନୂଆଗଡ଼ିଆସାହି ଫାଣ୍ଡିର ନିଜସ୍ବ କାର୍ଯ୍ୟାଳୟ ଗୃହ ନାହିଁ । ଉକ୍ତ ଫାଣ୍ଡିର ନିଜସ୍ବ ଗୃହ ପ୍ରତିଷ୍ଠା ନିମନ୍ତେ ପ୍ରଶାସନ ପକ୍ଷରୁ ଦିର୍ଘ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳରେ ଏକ ସରକାରୀ ଜାଗା ଚିହ୍ନଟ କରାଯିବା ସହ ଏଥିନିମନ୍ତେ ଆବଶ୍ୟକ ଅନୁଦାନ ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି। ମାତ୍ର ରାଜସ୍ବବିଭାଗ ଓ ପୁଲିସ ପ୍ରଶାସନ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଫାଣ୍ଡିର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇପାରୁନଥିବା ଜଣାପଡିଛି।ଫଳରେ ନୂଆଗଡ଼ିଆସାହି ଫାଣ୍ଡିଟି ଦିର୍ଘ ବର୍ଷ ଧରି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅଞ୍ଚଳର ଏକ ଭଡ଼ାଘରେ ଫାଣ୍ଡିଟି ଦୀର୍ଘଦିନ ହେଲା ଚାଲିଥିବା ବେଳେ କର୍ମଚାରୀମାନେ ଆଖପାଖ ଅଞ୍ଚଳରେ ଘରଭଡ଼ା ନେଇ ରହୁଛନ୍ତି। ଫାଣ୍ଡି କର୍ତ୍ତୃପକ୍ଷ ଘର ଭଡ଼ା ବାବଦରେ ମାସକୁ ମାସ ଘର ମାଲିକଙ୍କୁ ଟଙ୍କା ଗଣୁଛନ୍ତି। ଅପରପକ୍ଷେ ଫାଣ୍ଡିର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବିତ ସ୍ଥାନକୁ ସ୍ଥାନୀୟ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲରେ ରଖୁଥ‌ିବାରୁ  କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ଯ ଆଗେଇ ପାରୁନଥୁବା ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୁଷିତ ଇଲାକାରେ ଦିର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଏହି ନୂଆଗଡ଼ିଆସାହି ଫାଣ୍ଡିର ବିଭିନ୍ନ ସମସ୍ୟା ପ୍ରତି ପୋଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲାପାଳ ଦୃଷ୍ଟିଦେବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS