BREAKING
Loading...
:

ସମ୍ବାଦ ଆମ ଓଡ଼ିଶା ଓ ସାହିତ୍ୟ ଘର ପକ୍ଷରୁ ନିଶା ନିବାରଣ ବ୍ରତ ପାଳନ: ଦୁଇ ପୂର୍ବତନ ବିଧାୟକ ନେଲେ ଶପଥ

 ସମ୍ବାଦ ଆମ ଓଡ଼ିଶା ଓ ସାହିତ୍ୟ ଘର ପକ୍ଷରୁ ନିଶା ନିବାରଣ ବ୍ରତ ପାଳନ: ଦୁଇ ପୂର୍ବତନ ବିଧାୟକ ନେଲେ ଶପଥ



ସମ୍ବଲପୁର:


 କୁଚିଣ୍ଡା ସହରାଞ୍ଚଳର  ସାମାଜିକ କର୍ମୀ ,କବି ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଆଦିବାସୀ ଭବନରେ ସମ୍ବାଦ ସାହିତ୍ୟ ଘରର ସଭାପତି ଓ ଆମ ଓଡ଼ିଶାର ସଭ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ନିଶା ନିବାରଣ ବ୍ରତ ପାଇଁ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ସାହିତ୍ୟ ଘର ସଂଯୋଜକ ସାମ୍ବାଦିକ  ଗଗନ ଶର୍ମା ସମ୍ବାଦ ପରିବାର ପକ୍ଷରୁ ଗ୍ରହଣ କରାଯାଇଥିବା ପାଞ୍ଚ ମୁଖୀ କାର୍ଯ୍ୟକ୍ରମର ସୂଚନା ଦେଇ ସମସ୍ତଙ୍କୁ ଆମ ଓଡ଼ିଶାର ସଭ୍ୟ ହେବାକୁ ଆହ୍ବାନ ଦେଇଥିଲେ । ସାହିତ୍ୟ ଘର ସମ୍ପାଦକ ବସନ୍ତ ଚୌଧୁରୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଏହା ପରେ ସାହିତ୍ୟ ଘରର ବରିଷ୍ଠ ସଭ୍ୟା ରଜନୀ ପଟେଲ ଓ ଶିକ୍ଷୟିତ୍ରୀ ସବିତା ପଟେଲଙ୍କ ନେତୃତ୍ୱରେ ନର୍ସିଂ କଲେଜର ଛାତ୍ରୀଗଣ ଉପସ୍ଥିତ ପୁରୁଷ କାର୍ଯ୍ୟକର୍ତ୍ତା ମାନଙ୍କୁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇବା ସହ ନିଶା ସେବନ ନ କରିବା ଓ ନିଶା ନିବାରଣ ଅଭିଯାନରେ ସହଯୋଗ କରିବାକୁ ଶପଥ କରାଇଥିଲେ। ରାକ୍ଷୀକୁ ଗ୍ରହଣ କରି ନିଶାପାନ ନ କରିବାକୁ ଶପଥ କରିବାରେ କୁଚିଣ୍ଡା ଓ ଲାଇକେରାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ରେଙ୍ଗାଲିର ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ପଟୁଆ ଅନ୍ୟ ତମ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିଶାନ , ବରିଷ୍ଠ ନାଗରିକ ସଂଘ ସଭାପତି ଧୀରେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ଜନ କାମିଲ ଲାକ୍ରା, ଜିଲ୍ଲା କିଶାନ ସମାଜ ସଭାପତି ପଞ୍ଚାନନ    ପଧାନ, ଗୁଦ୍‌ଗୁଦା ସାହିତ୍ୟ ସଂସଦ ସମ୍ପାଦକ ବନମାଳି ନାମଦେଓ , ମିତ୍ରଭାନୁ ପ୍ରଧାନ,  ହରିଶ୍ ଚନ୍ଦ୍ର ଜୟପୁରିଆ, ରାମ ଲାଲ ଅଗ୍ରୱାଲା, ସୁଜିତ୍ ବେହେରା, ଉମାକାନ୍ତ ଛତ୍ରିଆ, ମନୀନ୍ଦ୍ର କିଶାନ, ରଞ୍ଜନ ମିର୍ଦ୍ଧା,  ସୁବାସ ନାୟକ, ବସନ୍ତ ଚୌଧୁରୀ, ଗଗନ ଶର୍ମା ଆଦି ସାମିଲ ଥିଲେ । ଏହା ପରେ ଏକ ଶୋଭାଯାତ୍ରାରେ ଆସି ଉପଖଣ୍ଡ ଚିକିତ୍ସାଳୟରେ ଏସଡିଏମଓ ଡ଼ ସୁବୋଧ କୁମାର ନାୟକ, ବରିଷ୍ଠ ଡ଼ାକ୍ତର ସତ୍ୟ ପ୍ରକାଶ ଦୋରା, ଡ଼ାକ୍ତର ମନୋଜ ପଟେଲ , ଡ଼ାକ୍ତର ରଜନୀକାନ୍ତ ସାହୁ, ଡ଼ାକ୍ତର ସୁଦୀପ୍ତ ସାହୁ, ଡ଼ାକ୍ତର ଚିତ୍ତ ରଞ୍ଜନ ଦାସ, ଡ଼ାକ୍ତର ବିଜୟ ପ୍ରଧାନ ,ଔଷଧ ଦୋକାନୀ ଓ ସମାଜସେବୀ ହରେକୃଷ୍ଣ ମହାପାତ୍ରଙ୍କ ସମେତ ସମସ୍ତ ଡାକ୍ତର , କର୍ମଚାରୀ ଓ ସିକ୍ୟୁରିଟି କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇବା ସହ ନିଶା ନିବାରଣ ବ୍ରତ ପାଳନ ପାଇଁ ଶପଥ କରାଇବା ଦୃଶ୍ୟ ବେଶ୍ ରୋଚକ ଥିଲା । ଏହି କାର୍ଯ୍ୟକ୍ରମରେ ହାଡ଼ିପାଲି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସମେତ ସ୍ଵେଚ୍ଛାସେବୀ ଲିଲିମା ମିର୍ଦ୍ଧା, କ୍ଷତି ପ୍ରଭା ବାଗ, ପଲ୍ଲବୀ କିଶାନ , ମିତ କିସାନ, କୁମୁଦିନୀ କାଲୋ, ବନିତା ଚାର୍ଡିଆ ,ସୀମା ମାଝୀ, ଉର୍ମିଳା ମାଝୀ, ପ୍ରତିମା ସିଦାରି, ଆଶା କୁଜୁର, ପୂଜା ଚାର୍ଡିଆ, ବନିତା ଚାର୍ଦିଆ, ସୁନୀତା କୁଆଁର, ବର୍ଷ ବାଘ, ଅଞ୍ଜଳି ପ୍ରଧାନ, କ୍ରୀଷ୍ଣା ସାହୁ, ସୋନାଲି ଦେଇ, ଡଲି ଷଣ୍ଢ , ବ୍ରହ୍ମ କୁମାରୀ ସୁନୀତା ଦିଦି ପ୍ରମୁଖ ସାମିଲ ଥିଲେ ।ସ୍ଵେଚ୍ଛାସେବୀ ଗଣ ଥାନାକୁ ଯାଇ ପୋଲିସ ଅଧିକାରୀ ବାମ ଦେବା ସଂଖୁଆଲଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ନିଶା ନ କରିବାକୁ ବଚନ ବଦ୍ଧ କରାଇଥିଲେ । ଶେଷରେ  ଧୀରେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS