BREAKING
Loading...
:

ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଉତ୍କଳ ସମ୍ମିଳନୀ ର ବୈଠକ

 ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଉତ୍କଳ ସମ୍ମିଳନୀ ର ବୈଠକ।

#ଗଜପତି ମହାରାଜାଙ୍କ ପ୍ରତିମୁର୍ତି ସ୍ଥାପନା ଓ ବସତି ନାମକରଣ ଉପରେ ଗୁରୁତ୍ବ 

#୨୪ ରେ ରାୟଗଡ଼ା ରେ ସାଧାରଣ ପରିଷଦ  ବୈଠକ



ଗୁଣପୁର / ରାୟଗଡ଼ା : 

ପୁଣି ସକ୍ରିୟ ହେଇଛି  ଉତ୍କଳ ସମ୍ମିଳନୀ । ଆଜି ଉତ୍କଳ ସମ୍ମିଳନୀ ର ଗୁଣପୁର ଶାଖାର ଆୟୋଜନ କ୍ରମେ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ରେ ଅନୁଷ୍ଟିତ ହୋଇଥିଲା । ରାୟଗଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ର  ସଭାପତି ବ୍ରଜ କିଶୋର ନାୟକ ଙ୍କ  ସଭାପତିତ୍ୱ ରେ ଅନୁଷ୍ଟିତ ଏହି ବୈଠକ ରେ



ଓଡ଼ିଆ ଭାଷା ସାହିତ୍ୟ  ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିବା କୁ  ଯେତିକି ଉଦ୍ୟମ କରାଯିବ କଥା ତାହା କରାଯାଉନଥିବା ରୁ  ଓଡ଼ିଆ ଭାଷା ସାହିତ୍ୟ ବିପଦ ରେ ରହିଛି । ତେଣୁ ଏହାକୁ ବିକଶିତ  କରିବା ପାଇଁ ପ୍ରତ୍ୟେକ ଓଡ଼ିଆ ଆଗେଇ ଆସିବାକୁ ବୈଠକ ରେ   ଆହ୍ବାନ ଦେବା ସହ  ଆନ୍ଧ୍ର ଓଡ଼ିଶା ସୀମାନ୍ତ ରେ ରହୁଥିବା   ଓଡ଼ିଆ ଙ୍କୁ ଓଡ଼ିଆ ଭାଷା ସାହିତ୍ୟ ର ସୁରକ୍ଷା ଦେବା ସହ ସେମାନଙ୍କ  ସ୍ଥିତି କୁ ପରଖିବା କୁ ଆମେ ଆଗକୁ ବଢିବା କୁ ପଡ଼ିବ ବୋଲି ଆଲୋଚୋନା କରାଯାଇଥିଲା । ଏହି ବୈଠକ ରେ ରାୟଗଡ଼ା ରୁ କିଶୋର ପଣ୍ଡା   ରାଜେଶ ପାଢ଼ୀ , ମଦନ ମୋହନ ପାଢି , ବିନାୟକ କର , ଯୋଗେଶ୍ୱର ଦାସ , ସବ୍ୟ ସାଚୀ  ସାହୁ,  ଅରୁଣ ପାଣିଗ୍ରାହୀ , ଶିବ ମିଶ୍ର  ପ୍ରମୁଖ   ଯୋଗ ଦେଇ ସଂଗଠନ କୁ ଆଗକୁ ନେବାକୁ ଓ ଓଡ଼ିଆ   ଭାଷା ସାହିତ୍ୟ ଓ ପରମ୍ପରା କୁ  ବିକାଶ ଆଡ଼କୁ ନେବା ସହ ଓଡ଼ିଶା ଗୌରବ ମୟ ଗାଥା କୁ ପର ପିଢ଼ି ପାଇଁ  ସାଇତି ରଖିବା  ଆପ୍ରଣ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ । ବୈଠକ ରେ ବଂଶଧାରା ସାହିତ୍ୟ ସମାଜ ର ସଭାପତି  ପ୍ରଭାତ କୁମାର  ଶତପଥୀ  ବସ ଗୁଡ଼ିକ ରେ  ରେ ଓଡ଼ିଆ ଲେଖିବା ,  ସରକାର  ଓଡ଼ିଆ ଭାଷା ରେ  ଲେଖିବା ନେଇ ସରକାର ଯେଉଁ  ଆଦେଶ  ଦିଅନ୍ତି ତାହା  ଇରଜୀ ରେ କରିଥାନ୍ତି ତେଣୁ ଓଡ଼ିଆ ଭାଷା କୁ ବିକୃତ କରି ଲେଖିବା କୁ ସେ ନିନ୍ଦା କରିଥିଲେ । ପ୍ରତ୍ୟେକ ଓଡ଼ିଆ   ବିବାହ କାର୍ଡ ଇଂରାଜୀ  କରିବା  ଠୁ  ଦୂରେଇ ଯିବା  ସହ ଏହାକୁ ଓଡ଼ିଆ ରେ କରିବାକୁ ପ୍ରତ୍ୟେକ ଓଡ଼ିଆ ଙ୍କୁ ସଚେତନ କରିବାକୁ ସେ  କହିଥିଲେ  ।  ଓଡ଼ିଆ କୁ ଗୁରୁତ୍ଵ ଦେଇ ବନାନ ଭୁଲ  ରେ ଲେଖିବା  ଦ୍ଵାରା ତାହା ବିକୃତ ହୋଇ  ଓଡ଼ିଆ  ଭାଷା ତାର  ଗାରିମା  ହରାଇଛି ବୋଲି ମତ ବ୍ୟକ୍ତ କରିଥିଲେ । ପଦ୍ମପୁର ଏ ଶିକ୍ଷକ ନେତା ରମେଶ ପଣ୍ଡା  ପ୍ରତ୍ୟେକ ବସତି  ଗୁଡ଼ିକ ର ନାମ  କୁ ଓଡ଼ିଆ ମହାପୁରୁଷ ଙ୍କ ନାମ ରେ ନମିତା କରିବାକୁ ପ୍ରସ୍ତାବ ଦେଉଥିବା ବେଳେ ଆଇନଜୀବୀ ସରୋଜ ପାଣିଗ୍ରାହୀ  ଉତ୍କଳ ଦିବସ କୁ ପ୍ରତି ସ୍କୁଲ୍ ରେ ଆଡମ୍ବର ର ସହ  ପାଳନ କରିବାକୁ କହିବା ସହ ପ୍ରତ୍ୟେକ ମହାପୁରୁଷ ଙ୍କ ଜୟନ୍ତୀ କୁ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପାଳନ କରି ପାରିଲେ  ତାଙ୍କ ପାଇଁ ଶ୍ରେଷ୍ଟ  ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।  ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ  ଓଡ଼ିଶାର  ବିକାଶ ହେଉଛି ତେବେ ଲୋକ ମାନଙ୍କ  ଉତ୍ସାହ  ରହୁନାହିଁ । ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରା କୁ  ବଜାୟ ରଖିବାକୁ  ଦୃଢ଼ ମନ ରେ କର୍ଯ୍ୟକରିବାକୁ ସେ  ଆହ୍ୱାନ  ଦେଇଥିଲେ । ଉମା ଶଙ୍କର ଦାସ ସହର ରେ ପାରଳା  ମହାରାଜା  ଶ୍ରୀ କୃଷ୍ନ ଚନ୍ଦ୍ର ଗଜପତି ଙ୍କ ଏକ  ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ବାଇପାସ୍ ଛକ କୁ ତାଙ୍କ ନାମ ରେ ନାମିତ କରିବା ପାଇଁ ଦେଇଥିବା  ପ୍ରସ୍ତାବ କୁ  ସମସ୍ତ ଙ୍କ ପୁର୍ଣ୍ଣ ମାତ୍ର ରେ  ଶହ ମତ  ମିଳିଥିଲା।  ଏହି ପ୍ରସ୍ତାବ କୁ ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଗ୍ରହଣ କରିବା ସହ  ଉତ୍କଳ ସମ୍ମିଳନୀ କୁ ସକ୍ରୀୟ କରିବା କୁ ସମସ୍ତ ପ୍ରକାର  ସହଯୋଗ କରିବାକୁ ପ୍ରତିଶ୍ରୁତି ପ୍ରଦାନ  କରିଥିଲେ  । ଉତ୍କଳ ସମ୍ମିଳନୀ ର ଗୁଣପୁର ଶାଖା ର କାର୍ଯ୍ୟକାରୀ ସଭାପତି ତଥା  ରାୟଗଡ଼ା ଜିଲ୍ଲା ଆମ୍ବୃସ  ମେନ୍    ଅକ୍ଷୟ ଦାସ  ଓଡ଼ିଶାର ଗାରିମା  ମୟ ଇତିହାସ କୁ ଆଗାମୀ ପିଢ଼ି ଯେମିତି ଜାଣିବେ ସେଥି ପାଇଁ  ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ  ରଖିବାକୁ ହେବ ବୋଲି କହିଥିଲେ ।  ଓଡ଼ିଆ ରେ କହିବା ଓ ଲେଖିବା ସ୍ଵାଭିମାନ ର  ସହ ବଞ୍ଚିବା କୁ ସେ ଆହ୍ବାନ  ଦେଇ ଥିଲେ ।    ଉତ୍କଳ ସମ୍ମିଳନୀ ର ଏହି  ବୈଠକ ରେ ବରିଷ୍ଠ ଓକିଲ , ରାଜେନ୍ଦ୍ର ପାଢି  ବ୍ରହ୍ମା ନନ୍ଦ ପଟ୍ଟନାୟକ , ଅଧ୍ୟାପକ ଡଃ ସୂର୍ଯୟନାରାୟଣ ପଣ୍ଡା ,  ଦେବୀ ଆଚାର୍ଯ୍ୟ , ମୁନା ପାଣି , ଇନ୍ଦ୍ରାକ୍ଷୀ ଦାସ, ରାଜୀବ ସାହୁ  ଅନିଲ ସାହୁକାର ତିରୁପତି ରଥ  ସହ  ବହୁ ମନ୍ୟ ଗଣ  ସଦସ୍ୟ ଉପସ୍ଥିତ ରହିଥିଲେ ।  ଶେଷ ରେ    ସହଦେବ ରଥ ଧନ୍ୟବାଦ୍ ଅର୍ପଣ  କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରଞ୍ଜିତ ପାଢି ପରିଚାଳନା କରିଥିଲେ । ବୈଠକ ରେ ସଫ୍ଟୱେର ଇଞ୍ଜିନିୟର ଚିଣ୍ଟୁ ଦାସ ଗଜପତି ମୁ୍ର୍ତ୍ତି ସ୍ଥାପନା ପାଇଁ ୫ ହଜାର ଟଙ୍କା ଦବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଆସନ୍ତା ୨୪ ତାରିଖ ରବିବାର ଦିନ ରାୟଗଡ଼ା ଠାରେ ଉତ୍କଳ ସମ୍ମିଳନୀ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ସଭାପତି ବ୍ରଜ ନାୟକ ସୂଚନା ଦେଇ ଘୋଷଣା କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS