BREAKING
Loading...
:

ବିଧବା ଭତ୍ତାରୁ ବଞ୍ଚିତ କନେ ମାଝୀ

 ବିଧବା ଭତ୍ତାରୁ ବଞ୍ଚିତ କନେ ମାଝୀ 



ଲାଞ୍ଜିଗଡ ( ମଣିଭଦ୍ରା ଖବର) ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଅବା ଜନପ୍ରତିନିଧି ମାନଙ୍କ ଅବହେଳା ଯୋଗୁଁ ସରକାରଙ୍କ ପ୍ରତ୍ୟେକ ଯୋଜନା ଦିଗହରା ହୋଇପଡିଛି ଯୋଗ୍ୟ ହିତାଧିକାରୀଙ୍କ ପାଇଁ l ସମାଜର ଅବହେଳିତ ନିଷ୍ପେସିତ ଗରିବ ଅସହାୟ ଲୋକଙ୍କ ପାଇଁ ଏହି ସବୁ ଯୋଜନା ଉପହାସ ପାଲଟିଛି l ସମାଜର ଅସହାୟ ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନା କରିଛନ୍ତି କିନ୍ତୁ ସମାଜର ଏଭଳି ଅନେକ ଲୋକ ଆଜିବି ସରକାରୀ ଯୋଜନାର ସୁରକ୍ଷା ବଳୟ ବାହାରେ ଅଛନ୍ତି l ସରକାରୀ ଅର୍ଥ କେଉଁଠି ଭୁତ ଖାଉଛି ତୋ ଆଉ କେଉଁଠି ଅସହାୟ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହିଥିବା ନଜିର ରହିଛି l ଏହି ଭଲି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବନ୍ଦପାରି ପଞ୍ଚାୟତ ଅନ୍ତର୍ଗତ କର୍କାମସ୍କା ଗାଁରେ l ସୂଚନା ମତେ ଉକ୍ତ ଗାଁର କନେ ମାଝୀଙ୍କ ସ୍ୱାମୀ ରାଣା ମାଝୀ ୨୦୨୩ ମସିହାରେ ମୃତ୍ୟୁ ବରଣ କରିଥିଲେ ହେଲେ ଆଜକୁ ମୃତ୍ୟୁର ୨ବର୍ଷ ବିତିଗଲାଣି ହେଲା ବିଧବା ଭତ୍ତା ଖଣ୍ଡିକ ପାଇଁ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧି ଙ୍କୁ ଜଣାଇଥିଲେ ମଧ୍ୟ୍ୟ କେହିଁ ଶୁଣୁନଥିବା ଅଭିଯୋଗ ଆଣିଛନ୍ତି ବିଧବା ମହିଳା l ଅନ୍ୟପଟେ ପରୀବାର କହିଲେ ୬ଜଣ ରହୁଥିବା ବେଳେ ବଡ଼ ପୁଅ ଟୁନୁ ମାଝୀ କୁ ଛାଡିଦେଲେ କେହିଁ ରୋଜଗାର କରିପାରନ୍ତି ନାହିଁ l ଏପଟେ କନେ ରୋଜଗାରିଆ ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ପରିବାର ଚଳାଇବାରେ ମସ୍କୁଲ ହୋଇପଡିଛି l ତେଵେ ପ୍ରଶାସନ ବା ଜନପ୍ରତିନିଧି ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ବିଧବା ଭତ୍ତାର ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS