BREAKING
Loading...
:

ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ଗୁରୁତର ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

 ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ଗୁରୁତର

ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟାବସ୍ଥା ସ୍ଥିର




ଗଜପତି(ମନୋଜ  କୁମାର ପାଢୀ/ ୧୮/୮/୨୦୨୫

 ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ଆଠ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାମଗିରି ଥାନା ଦେଉରୀସାହି ଗ୍ରାମରେ ।

ସମସ୍ତ ଅସୁସ୍ଥଙ୍କୁ ପ୍ରଥମେ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ଦେଉରିସାହି ଗ୍ରାମର ସୋମନାଥ ବେହେରା ନାମକ ଜଣେ ବ୍ୟକ୍ତି ରବିବାର ଗାଈ ଚରାଇବାକୁ ଯାଇ ଜଙ୍ଗଲରୁ କିଛି ଛତୁ ଆଣିଥିଲେ। ଗତକାଲି ସନ୍ଧ୍ୟା ସମୟରେ ପରିବାର ଲୋକେ ତାକୁ ରୋଷେଇ କରି ଖାଇ ନିଜ ବଡ଼ଭାଇଙ୍କ ପରିବାରକୁ ମଧ୍ୟ ଖାଇବା ଲାଗି ଦେଇଥିଲେ । ସମସ୍ତେ ଖାଇ ସାରିବା ପରେ ଉଭୟ ପରିବାରର ସମସ୍ତଙ୍କ ଗଳାରେ କୁଣ୍ଡାଇ ହେବାସହ ଦେହରୁ ଅତ୍ୟଧିକ ଝାଳ ବାହାରି ପ୍ରବଳ ବାନ୍ତି ହୋଇଥିଲା । ସମସ୍ତେ ପ୍ରଥମେ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ପରେ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରିରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS