ଆସନ୍ତା ବର୍ଷ ବରପାଲି ଶୀତଳ ଷଷ୍ଠୀରେ ନୂଆପଡ଼ା ହେବ ହିମାଦ୍ରୀ ନଗର
ସମ୍ବଲପୁର (ମଣିଭଦ୍ରା ଖବର)
ଆସନ୍ତା ବର୍ଷ ବରପାଲିର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବରପାଲି ନୂଆପଡ଼ାବାସୀ ଶୈବଭକ୍ତଙ୍କୁ ଯାତ୍ରା କମିଟି ତରଫରୁ ବିଧିବଦ୍ଧ ଭାବେ ସ୍ଵୀକୃତି ପ୍ରଦାନ କରାଯାଇଛି । ବହୁ ବର୍ଷ ହେଲା ନୂଆପଡ଼ାବାସୀ କନ୍ୟାପକ୍ଷ ଦାୟିତ୍ଵ ନିର୍ବାହ କରିବା ପାଇଁ ଆବେଦନ କରିଥିଲେ। ଆସନ୍ତା ବର୍ଷ ପାଇଁ ଏହି ଦାୟିତ୍ଵ ମିଳିଛି। ନୂଆପଡ଼ାର ଶୈବଭକ୍ତ ବୃନ୍ଦ ସିଦ୍ଧେଶ୍ୱର ଶିବ ମନ୍ଦିରରୁ ଶତାଧିକ ମହିଳାଙ୍କ ସମେତ ବହୁ ଶୈବଭକ୍ତ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି କପିଳେଶ୍ଵର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ ତ୍ରିପାଠୀ, ହିମାଦ୍ରି ନଗର କମିଟି ସଭାପତି ସୁବୋଧ ଷଡ଼ଙ୍ଗୀ, ସମ୍ପାଦକ ଧିରେନ ତ୍ରିପାଠୀଙ୍କ ଉପସ୍ଥିତିରେ ତାଙ୍କୁ ସ୍ଵୀକୃତି ପତ୍ର ପ୍ରଦାନ କରିଥିଲେ। ଆସନ୍ତା ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ ଶିବ କୁମାର ଅଗ୍ରୱାଲ ଓ ପତ୍ନୀ ଗାୟତ୍ରୀ ଦେବୀ ଅଗ୍ରୱାଲ କନ୍ୟା ପିତାମାତା ଦାୟିତ୍ଵ ନିର୍ବାହ କରିବେ। ଏହି କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ୍ କୁମାର ଗଡତିୟା ମଧ୍ୟ ଯୋଗଦେଇ ଥିଲେ। ବହୁ ବର୍ଷର ଆଶା ପୁରଣ ହୋଇଥିବାରୁ ନୂଆପଡ଼ା ବାସୀ ବହୁ ଉତ୍ସାହିତ ହୋଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment