ବିଦ୍ୟାଳୟର ନାମ ପରିବର୍ତ୍ତନ ଦାବି ନେଇ କନାସିଂ ଗ୍ରାମବାସୀଙ୍କ ବ୍ଲକ ସମ୍ମୁଖରେ ଧାରଣା
ଖଣ୍ଡପଡ଼ା ୧୧|୮l୨୦୨୫: ଖଣ୍ଡପଡ଼ା ବ୍ଲକର ସିଧାମୂଳା ପଞ୍ଚାୟତ ଅଧିନ କନାସିଂ ରାଜସ୍ବ ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟର ନାମ ରାଜକିଆରୀ ପ୍ରାଥମିକ ବିଦ୍ୟାଳୟ ଭାବେ ନାମିତ କରାଯାଇଥିବାରୁ ଏହାକୁ ନେଇ କନାସିଂ ଗ୍ରାମବାସୀ ବର୍ଷ ବର୍ଷ ଧରି ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି।ଉକ୍ତ ବିଦ୍ୟାଳୟର ନାମ ରାଜକିଆରୀ ପ୍ରାଥମିକ ବିଦ୍ୟାଳୟ ପରିବର୍ତ୍ତେ କନାସିଂ ପ୍ରାଥମିକ ବିଦ୍ୟାଳୟ ଲେଖିବାକୁ କନାସିଂ ଗ୍ରାମବାସୀ ଦାବି କରିବା ସହ ଏ ସଂର୍ପକରେ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଏହାର ପ୍ରତିବାଦରେ ଭାରତୀୟ ବିକାଶ ପରିଷଦର ଆବାହକତ୍ବରେ କନାସିଂ ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ସୋମବାର ଦିବା ୧୨ ଘଣ୍ଟା ସମୟରେ ଧାରଣା ଦେବାସହ ନାରାବାଜି କରିଥିଲେ।ଭାରତୀୟ ବିକାଶ ପରିଷଦର ରାଜ୍ଯ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଓ ଉପ ସଭାପତି ନିରଞ୍ଜନ ଦାସ ପ୍ରମୁଖ ବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ ଦାବି ଉପସ୍ଥାପନ କରିଥିଲେ।ଖବରପାଇ ଖଣ୍ଡପଡ଼ା ଭାରପ୍ରାପ୍ତ ତହସିଲଦାର ରାଜାରାମ ଛତ୍ରିଆ ,ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କର ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କୁ ବୁଝାଇବା ସହ ଆସନ୍ତା ୨୧ ତାରିଖ ସୁଦ୍ଧା ବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ ଲିଖିତ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଧାରଣାକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି।ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କିତ ଦାବିପତ୍ର ପୁର୍ନବାର ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق