ମହା ବିପପୂର୍ଣ୍ଣ ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଘେରରେ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଆବଶ୍ୟକ ଡାକ୍ତର ଏବଂ ଯନ୍ତ୍ରାଂଶ ନଥିବାରୁ ରୋଗୀଙ୍କୁ ପଠାଯାଉଛି ପି ଆର ଏମ ମେଡ଼ିକାଲକୁ ।
। ଖୁଣ୍ଟା ବ୍ଲକ ଅଧିନ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ନାହିଁ ନଥିବା ପରିସ୍ଥିତି । ଯାହା ଗରିବ ଦୁଃଖୀ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳ ହୋଇଛି ସ୍ଵାସ୍ଥ୍ୟ ବିଭାଗ । ଖୁଣ୍ଟା ଏବଂ ବଡ଼ସାହି ବ୍ଲକର ହଜାର ହଜାର ରୋଗୀ ପ୍ରତ୍ୟେକ ଦିନ ପରୀକ୍ଷା ନିରୀକ୍ଷା କରିବାକୁ ଏବଂ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି। ବଡ଼ ଦୁଃଖ ଏବଂ ପରିତାପର ବିଷୟ ଏଠାରେ ବିପଦ ସଙ୍କୁଳ ଅବସ୍ଥାରେ ଛାତ ସବୁ ଫାଟି ତଳେ ପଡୁଛି, ବର୍ଷାରେ ପାଣି ଝରୁଛି, ବର୍ତ୍ତମାନ କାମଚଳା ଡାକ୍ତର , ନର୍ସ ଏବଂ ରୋଗୀ କେହି ଶାନ୍ତିରେ ନିଶ୍ୱାସ ନେ଼ଇ ପାରୁ ନାହାଁନ୍ତି। କେତେବେଳେ କେଉଁ ଅଘଟଣ ଘଟିବ କିଏ କହିବ ?ଆବଶ୍ୟକ ଡାକ୍ତର,କର୍ମଚାରୀ, ଯନ୍ତ୍ରାଂଶ, କୁଆଟର୍ସ ଏବଂ ଓ ପି ଡି ନାହିଁ । ସରକାରୀ ନିୟମାନୁସାରେ ନର୍ସିଂ ଅଫିସର 9 ଜଣ ରହିବା କଥା ଅଛନ୍ତି 5 ଜଣ। ଫାର୍ମାସିଷ୍ଟ ତିନି ଜଣ ଜାଗାରେ ଅଛନ୍ତି ଦୁଇ ଜଣ । ଠିକା ନିଯୁକ୍ତି M B B S ଡାକ୍ତର ରହିବା କଥା। ଏଠି suparintendent ନାହାଁନ୍ତି । ଡେଣ୍ଟାଲ ଓ ପି ଡି ନାହିଁ କିନ୍ତୁ ଡାକ୍ତର ଅଛନ୍ତି। ଏକ୍ସରେ ମେସିନ ନାହିଁ । ସ୍ତ୍ରୀ ରୋଗ ବିଶେଷଜ୍ଞ, ଶଲ୍ୟ ବିଭଗ, ମେଡିସିନ , ଆନାସ୍ଥାସିଆ ଏବଂ ଶିଶୁରୋଗ ବିଶେଷଜ୍ଞ ନଥିବାରୁ ଚିକିତ୍ସା ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ବାରଂବାର ବିଭାଗୀୟ ଅଧିକାରୀ , ମୟୂରଭଂଜ ଜିଲ୍ଲା ଚିକତ୍ସାଧିକାରୀ ଅବଗତ ଥାଇ ମାଧ୍ୟ ଏହାର ନିରାକରଣ ନିମନ୍ତେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇାହିଁ । ଏହି ସବୁ ସମସ୍ୟା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଓଡ଼ିଶାର ଡବଲ ଇଞ୍ଜିନ ସରକାରର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏହି ଅବ୍ୟବସ୍ଥା ଘେରରେ ଥିବା ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ଦୃଷ୍ଟି ଦେଲେ ଏ ଅଞ୍ଚଳ ର ହଜାର ହଜାର ଗରିବ ଦୁଃଖୀ ରୋଗୀ ଉପକୃତ ହେବେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق