BREAKING
Loading...
:

ଖଣ୍ଡପଡ଼ା ରାଜା ବିଭୂତିଭୂଷଣଙ୍କ ପରଲୋକ

 ଖଣ୍ଡପଡ଼ା ରାଜା ବିଭୂତିଭୂଷଣଙ୍କ  ପରଲୋକ 



ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡ଼ା ରାଜା, ବିଧାନସଭାର ପୂର୍ବତନ ଉପ ବାଚସ୍ପତି ତଥା ମନ୍ତ୍ରୀ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତି ୧୨.୩୦ ମିନିଟ ସମୟରେ ଏକ ଘରୋଇ  ହସ୍ପିଟାଲରେ ପରଲୋକ ହୋଇଯାଇଛି।ଦିର୍ଘ ମାସ ଧରି ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଗଭିର ଶୋକପ୍ରକାଶ ପାଇଛି। ସ୍ବର୍ଗତ ମର୍ଦ୍ଦରାଜ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ଜଣାଶୁଣା ବିଭୂତିଭୂଷଣ ବିଧାନସଭାରେ ଉପ ବାଚସ୍ପତି ହେବାର  ସୌଭାଗ୍ଯ ଲାଭ କରିବା ସହ ମନ୍ତ୍ରୀ ଭାବେ ମଧ୍ଯ ଦାୟୀତ୍ବ ତୁଲାଇ ଥିଲେ।ତାଙ୍କ  ମରଶରୀର ଆଜି ଅପରାହ୍ନରେ ଖଣ୍ଡପଡ଼ାସ୍ଥିତ ରାଜବାଟି ପରିସରରେ ଆସି ପହଞ୍ଚିବା ପରେ ସଂପୂର୍ଣ୍ଣ ଭାବେ ରାଜକୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଖଣ୍ଡପଡ଼ା ରାଜ ପରିବାର ପକ୍ଷରୁ ସୂଚନା ମିଳିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS