BREAKING
Loading...
:

ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୨୮ ଲିଟର ଦେଶୀ ମଦ ଜବତ, ୨ ଅଭିଯୁକ୍ତ ଅଦାଲତ ଚାଲାଣ

 ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୨୮ ଲିଟର ଦେଶୀ ମଦ ଜବତ, ୨ ଅଭିଯୁକ୍ତ ଅଦାଲତ ଚାଲାଣ 



ଭାପୁର, (ବିଭୂତି ମହାପାତ୍ର) ନୟାଗଡ ଜିଲ୍ଲା ଫତେଗଡ ଥାନା ଅଂଚଳରେ ଦେଶୀ ମଦ କାରବାର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦିନ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ କରି ୨୮ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣକୁ ଅଦାଲତ ଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ଥାନା ନିରୀକ୍ଷକ ଦୀପକ ଜେନାଙ୍କ ଠାରୁ ପ୍ରକାଶ। ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ କର୍ମଚାରୀ ଲକ୍ଷ୍ମୀଧର ବେହେରା, ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ମିତାରାଣୀ ନାଏକ ମିଳିତ ଭାବେ ମଙ୍ଗଳବାର ସକାଳ ସମୟରେ ଫତେଗଡ ଥାନା ଅନ୍ତର୍ଗତ ପୁରୁସୋ ତ୍ତମପୁର ଗ୍ରାମର ମୃତ୍ୟୁଞ୍ଜୟ ତ୍ରିପାଠୀ (୫୪) ଙ୍କ ଘରେ ଚଢ଼ାଉ କରି ୧୫ଲିଟର ଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ସେହିପରି ଫତେଗଡ ଥାନା ଅନ୍ତର୍ଗତ ପଥର ଚକଡା଼ ଗ୍ରାମର ଆରତ ରାଉତ (୬୪) ଙ୍କ ଘରେ ଚଢ଼ାଉ କରି ୧୩ ଲିଟର ଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ଅବକାରୀ ବିଭାଗ ପକ୍ଷରୁ ଉଭୟଙ୍କ ନାମରେ ଦୁଇଟି ମାମଲା ରୁଜୁ କରିବା ସହ ଅଦାଲତ ଚାଲାଣ କରିଥିଲେ। 

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS