ଲରମ୍ଭା କଲେଜରେ ଶରତ ପୂଜାରୀଙ୍କ ଜନ୍ମ ଜୟନ୍ତୀ ପାଳିତ
ସମ୍ବଲପୁର/ଗୋଡଭଗା:
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସ୍ବର୍ଗତ ଶରତ ଚନ୍ଦ୍ର ପୂଜାରୀଙ୍କ ଜୟନ୍ତୀ 'ଶରତ ପୂଜାରୀ ସାଂସ୍କୃତିକ କଳା ପରିଷଦ' ତରଫରୁ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇ, ସମ୍ମାନିତ ଅତିଥି ଡ. ଦିଗମ୍ବର ଚାନ୍ଦ, ଡ. ଜୟନ୍ତ କୁମାର ସାହୁ ଓ ବଡବାବୁ ପ୍ରମୋଦ ଚନ୍ଦ୍ର ସେଠ ମଂଚାସୀନ ଥିଲେ। ପ୍ରଥମେ ତାଙ୍କର ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା। ଶରତ ପୂଜାରୀ ୩୪ ବର୍ଷ ବୟସରେ ଯୁବ ଅଧ୍ୟକ୍ଷ ଭାବରେ ଯୋଗଦାନକରି ପରବର୍ତ୍ତୀ ସମୟରେ ସିନେତାରକା ନିର୍ଦ୍ଦେଶକ, ପ୍ରୟୋଜକ ଭାବରେ ସୁନାମ ଅର୍ଜନ କରିପାରିଥିଲେ। ଜଣେ କର୍ତ୍ତବ୍ଯନିଷ୍ଠ, ମିଷ୍ଟଭାଷି, ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ବେଶ ଜଣାଶୁଣା ଥିଲେ। ଆଜିବି ଲରମ୍ଭା କଲେଜର ଏକ ସୁନ୍ଦର ପରିଚୟ ହେଉଛି ଶରତ ପୂଜାରୀ ବୋଲି ବକ୍ତାମାନେ କହିବା ସହ 'ଶରତ ପୂଜାରୀ କେବଳ ଅଧ୍ୟକ୍ଷ ନଥିଲେ, ସେ ଥିଲେ ଜଣେ ସ୍ୱୟଂସମ୍ପୂର୍ଣ୍ଣ ଅନୁଷ୍ଠାନ' ବୋଲି ମତବ୍ୟକ୍ତ କରିଥିଲେ । କଲେଜର ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଜନ୍ମ ଜୟନ୍ତୀ ସଭା ଶେଷରେ କଲେଜର ଓଡ଼ିଆ ଅଧ୍ୟାପକ ଡ.ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق