BREAKING
Loading...
:

ପ୍ରଧାନଶିକ୍ଷକଙ୍କ ଅବସର କାଳୀନ ସମ୍ବଦ୍ଧନା ସଭାରେ କାନ୍ଧରେ ବସାଇ ଗ୍ରାମ ପରିକ୍ରମା

 ପ୍ରଧାନଶିକ୍ଷକଙ୍କ ଅବସର କାଳୀନ ସମ୍ବଦ୍ଧନା ସଭାରେ କାନ୍ଧରେ ବସାଇ ଗ୍ରାମ ପରିକ୍ରମା

 


ବାଙ୍କୀ, 6/8(ମାନସ ରଞ୍ଜନ ସାହୁ): ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲା ପଂଚାୟତ ଅନ୍ତର୍ଗତ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି କେଶବ ଚନ୍ଦ୍ର ଗୁମାନସିଂହଙ୍କ ଅଧ୍ୟକ୍ଷତା ଓ ଯୁବ କବି ଭାସ୍କର ମହାନ୍ତିଙ୍କ ସଂଯୋଜନାରେ ସମାଜସେବୀ ଚକ୍ରଧର ସାହୁ ମୁଖ୍ୟଅତିଥି,ପ୍ରାଧ୍ୟାପକ ରବି ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ରତ୍ନାକର ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି ଗଗନ ବିହାରୀ ରାଉତ,ସମ୍ପାଦକ ଯଦୁମଣି ରାଉତ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଶ୍ରୀନିବାସ ରାଉତ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଗଣେଶ୍ଵର ପାଲାଟାସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ ଗୁଣଗାନ କରିବା ସହ କାନ୍ଧରେ ବସାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ଏଇଠୁ ଆରମ୍ଭ ସେଇଠି ଶେଷ 34ବର୍ଷ ଶିକ୍ଷାଦାନ କରିଥିବା ଶିକ୍ଷକଙ୍କୁ ପୁରାତନ ଛାତ୍ର ଛାତ୍ରୀଙ୍କ ତରଫରୁ ସୁନା ଚେନସହ ବିଭିନ୍ନ ନାମିଦାମୀ କମ୍ପାନୀର ଘର ଉପକରଣ ଏବଂ ଉତ୍ତରୀୟ ମାନପତ୍ର ଦେଇ ବିଦାୟୀ ଜଣାଇଥିଲେ l ସଭାର ପ୍ରାରମ୍ଭରେ ଶିକ୍ଷକ ପ୍ରମୋଦ କୁମାର ଘଡେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS