BREAKING
Loading...
:

କଦଳିପାଲିର ସ୍ୱୀଟି ଚେର୍କିଆଙ୍କ ଦୀପ୍ତିମାନ ସଫଳତା

 କଦଳିପାଲିର ସ୍ୱୀଟି ଚେର୍କିଆଙ୍କ ଦୀପ୍ତିମାନ ସଫଳତା 



ସମ୍ବଲପୁର:


ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅଧିନସ୍ଥ କଦଳିପାଲି ଗାଁର ଛାତ୍ରୀ ସ୍ୱୀଟି ଚେର୍କିଆ ନିଜର ପରିଶ୍ରମ ଓ ପ୍ରତିଭା ବଳରେ ଆଜି ସମଗ୍ର ଅଞ୍ଚଳର ଗର୍ବର କାରଣ ହୋଇଛନ୍ତି । ସେ ଚଓଡ଼ିଶା ସବ୍‌-ଜୁନିଅର ଗାର୍ଲ୍‌ସ ନେସନାଲ ଫୁଟବଲ ଚମ୍ପିୟାନସିପ୍ ପାଇଁ ଚୟନ ହୋଇ ଗତକାଲି ଆସାମ ଅଭିମୁଖେ ଯାତ୍ରା କରିଛନ୍ତି । ସ୍ୱୀଟିଙ୍କ ବାପା ଦେଶନ୍ତରା ଚେର୍କିଆ ଜଣେ ସରଳ ସାଧାରଣ ଚାଷୀ ଓ ମାଆ ପୁଷ୍ପବତୀ ଚେର୍କିଆ ଜଣେ ଗୃହିଣୀ। ସାଧାରଣ ପରିବାରରୁ ଆସିଥିବା ସ୍ୱୀଟି ନିଜ ପ୍ରତିଭାରେ ସ୍ଥାନୀୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଛନ୍ତି। ସ୍ୱୀଟି ବର୍ତ୍ତମାନ କଦଳିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । ସେ ୫ମ ଶ୍ରେଣୀରୁ ଫୁଟବଲ୍ ଖେଳରେ ଆଗ୍ରହ ଦେଖାଇଥିଲେ । ଦୈନିକ ପ୍ରଶିକ୍ଷଣ, ପରିଶ୍ରମ ଓ ସମର୍ପଣ ତାଙ୍କୁ ଏହି ଉଚ୍ଚ ସ୍ଥାନକୁ ଆଣିପାରିଛି। ସ୍ୱୀଟିଙ୍କ ଏହି ସଫଳତା ପଛରେ ତାଙ୍କର କୋଚ୍ ସମ୍ପୂର୍ଣ୍ଣ ଭୋଇଙ୍କ ମୂଲ୍ୟବାନ୍ ପ୍ରଶିକ୍ଷଣ ଓ ପ୍ରେରଣା ରହିଛି। ଫଳରେ ସେ ଆଜି ଜଣେ ଦକ୍ଷ ଗେlଲକିପର ଭାବେ ବେଶ୍ ଜଣାଶୁଣା ହୋଇପାରିଛନ୍ତି।କୋଚ୍ ସମ୍ପୂର୍ଣ୍ଣ ଭୋଇଙ୍କ ଅଦମ୍ୟ ଚେଷ୍ଟାରେ ବର୍ତ୍ତମାନ ସୁଦ୍ଧା ୬୦ ଜଣ ରାଜ୍ୟ, ୧୨ ଜଣ ଜାତୀୟ ଓ ଜଣେ ଆନ୍ତର୍ଜାତିକ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି । ସ୍ୱୀଟିଙ୍କ ଏହି ସଫଳତାରେ କେବଳ ତାଙ୍କ ପରିବାର ନୁହେଁ, ସମଗ୍ର କଦଳିପାଲି ଗାଁ ଓ ବରପାଲି ଅଞ୍ଚଳ ଗର୍ବ ଅନୁଭବ କରୁଛି । ସ୍ଥାନୀୟ ଲୋକେ କହିଛନ୍ତି ଯେ ସ୍ୱୀଟି ଆଗାମୀ ସମୟରେ ନିଶ୍ଚୟ ଉଚ୍ଚ ସ୍ତରର ଖେଳାଳି ହେlଇ ଓଡ଼ିଶାର ନାମକୁ ଆଲୋକିତ କରିବ। ଏତେ ସତ୍ତ୍ୱେ ମଧ୍ୟ କଦଳିପାଲି ଖେଳ ପଡ଼ିଆ ଅବହେଳିତ ହୋଇ ପଡିରହିଛି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ । ତେଣୁ ଖେଳାଳିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS