BREAKING
Loading...
:

ଚର୍ଚ୍ଚାରେ ଥାନା ଅଧିକାରୀଣି , ଅସହାୟ ବ୍ୟକ୍ତି ଚିକିତ୍ସା ପାଇଁ ସହଯୋଗ ର ହାତ ବଢ଼ାଇଲେ ଥାନା ଅଧିକାରୀଣି ।

 ଚର୍ଚ୍ଚାରେ ଥାନା ଅଧିକାରୀଣି , ଅସହାୟ ବ୍ୟକ୍ତି ଚିକିତ୍ସା ପାଇଁ  ସହଯୋଗ ର ହାତ ବଢ଼ାଇଲେ ଥାନା ଅଧିକାରୀଣି ।



ଚାରିଛକ ଥାନା ଅଧିକାରୀଣି ମମତା ବିଶ୍ୱାଳ ନିଆରା ଢଙ୍ଗରେ ବିଭିନ୍ନ ପ୍ରକାର ମାମଲା ସମସ୍ୟା ମଧ୍ୟରେ  ଅସହାୟ ନିରୀହ ଗରିବ ମହିଳା ର ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କରିବା ପାଇଁ ସହଯୋଗ ର ହାତ ବଢ଼ାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନା ରୁ ପ୍ରକାଶ ଯେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ର ଲଙ୍କପଡା ଗ୍ରାମର ରଣେଶ ଚନ୍ଦ୍ର ଜେନା ଙ୍କ ବୋହୁ ତଥା ମୁକେଶ ଜେନା ଙ୍କ ପତ୍ନୀ ବିଷ୍ଣୁପ୍ରିୟା ସ୍ଵାଇଁଙ୍କ କିଡିନି ଜନିତ ସମସ୍ୟା ଜନିତ ରୋଗ ପାଇଁ ଅର୍ଥର ଅଭାବ ଯୋଗୁଁ ତାର ପିତୃର ସଂମ୍ପତି କୁ ବିକି ଚିକିତ୍ସା କରିବା ପାଇଁ ବିକ୍ରି ରେ ବାଧା ସୃଷ୍ଟି ହେବାରୁ  ସ୍ୱାମୀ ମୁକେଶ ଜେନା ତାର ରୋଗିଣା ସ୍ତ୍ରୀ କୁ ନେଇ ଚାରିଛକ ଥାନାରେ ଅଭିଯୋଗ ଦେଇଥିଲେ ।ପରେ ଥାନା ଅଧିକାରୀଣି ମମତା ବିଶ୍ୱାଳ ତାର ସମସ୍ତ ସମସ୍ୟା ସମ୍ପର୍କରେ ବୁଝିବା ପରେ  ତାର ଚିକିତ୍ସା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଥାନା ଅଧିକାରୀ ଣି ତାର ସମସ୍ତ କର୍ମଚାରୀ ଙ୍କୁ ଜଣାଇଥିଲେ।ପରେ ଚାରିଛକ ବଜାର ରେ ଯାଇ ପ୍ରତି ଦୋକାନ ସହିତ ବିଭିନ୍ନ ସହଯୋଗୀ ବ୍ୟକ୍ତି ଙ୍କୁ ସହଯୋଗ ମାଗିଥିଲେ ଅସହାୟ ମହିଳା ବ୍ୟକ୍ତି ର ଚିକିତ୍ସା ପାଇଁ । ଆସନ୍ତା  ୨୦ ତାରିଖରେ ତାର କିଡିନି ଚିକିତ୍ସା ପାଇଁ ଅସ୍ତ୍ରୋପଚାର କରାଯିବ ବୋଲି ଥାନା ଅଧିକାରୀଣି କହିଥିଲେ । ତାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ବୋଲି ତାର ସ୍ୱାମୀ ମୁକେଶ ଜେନା କହିଥିଲେ । ତାର ଚିକିତ୍ସା ପାଇଁ ଯଦି କୌଣସି ସୁହୃଦୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଚାହାନ୍ତି ତାହାଲେ  ଏହି ଆକାଉଣ୍ଟ ନଂ - 6283257074

IFSC COOD - IDIB000NO26 କିଂମ୍ବା

  ( 7854070879 ଵିଷ୍ଣୁ ପ୍ରିୟା ସ୍ଵାଇଁ )ରେ ଫୋନପେ କରି ଦେଲେ ନିରୀହ ଗରିବ ଲୋକ ଉପକୃତ ହେବା ସହ ମହିଳା ରୋଗୀ ବଞ୍ଚି ଯାଆନ୍ତା ।ଏପରି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଥାନା ଅଧିକାରୀ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସହଯୋଗର ହାତ ବଢ଼ାଇ ଥିବାରୁ ଚାରିଛକ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଂସଶା କରିବା ସହିତ ଏପରି ମହତ୍ତ୍ୱପୂର୍ଣ୍ଣ କରି ନିରୀହ ଗରିବ ମୁହଁରେ ହସ ଫୁଟାଇବା ପାଇଁ ସମାଜସେବୀ ଡକ୍ଟର କେଦାରନାଥ ସାହୁ କହିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS