ସାପ୍ତାହିକ ସମ୍ବାଦପତ୍ର “ଭୋକିଲାପେଟ”ତରଫରୁ ବାଙ୍କୀ ପ୍ରତିଭା ସମ୍ମାନ ପ୍ରଦାନ
ବାଙ୍କୀ, 19l8(ମାନସ ରଞ୍ଜନ ସାହୁ ):ଭୋକିଲାପେଟ ସାପ୍ତାହିକ ସମ୍ବାଦପତ୍ର ତରଫରୁ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହ ଠାରେ ବାଙ୍କୀ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ସଭାପତିତ୍ୱ କରିଥିଲେ । ଉଦ୍ଘାଟକ ଭାବେ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ ଯୋଗଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଏ.ଆଇ.ଏମ୍.ଏସ୍.ର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦାନ କରି ଏପରି ଉତ୍ସବର ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବସମାଜସେବୀ ଅବିନାଶ ପଟ୍ଟନାୟକ, ଓଡ଼ିଶା ଉଚ୍ଚନ୍ୟାୟଳୟର ଆଇନଜୀବୀ ଭକ୍ତି ପ୍ରସାଦ ପଟ୍ଟନାୟକ, ପ୍ରାବନ୍ଧିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ଓ ଭୋକିଲା ପେଟର ସଂପାଦକ ସୁଧୀର ଚନ୍ଦ୍ର ନାୟକ ଯୋଗଦାନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ବାଙ୍କୀ ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ମୁଖ୍ୟ ସଂଯୋଜକ ପୂର୍ଣ୍ଣେନ୍ଦୁ କୁମାର ନାୟକ ଓ ମନୋଜ କୁମାର ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ବାଙ୍କୀ-ଡମପଡା ଓଡିଶା ଡିଜିଟାଲ ସଙ୍ଘ ସଭାପତି ସାମ୍ବାଦିକ ମାନସ ରଞ୍ଜନ ସାହୁ,ଉପ ସଭାପତି ଶୁଶାନ୍ତ କୁମାର ନାୟକ,କଟକ ଜିଲ୍ଲା ସଂଯୋଜକ ପୁର୍ଣ୍ନେନ୍ଦୁ କୁମାର ନାୟକ,ସୁବ୍ରତ ପ୍ରଧାନ,ବିଭୂପ୍ରସାଦ ସାମଲ, ଶୁଭେନ୍ଦୁ ମହାପାତ୍ର, ଅଶୋକ କୁମାର ରଣା, ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଅନେକ ପ୍ରତିଭା ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ କବି ବଂଶୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق