ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ରାୟଗଡା, - ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ନୂତନ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକରଣିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଂଘ ପକ୍ଷରୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ
ସଂଘର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥଙ୍କ ନେତୃତ୍ୱରେ ସଦସ୍ୟମାନେ — ପ୍ରସନ୍ନ କୁମାର ନାୟକ, କପିଳାସ ନାୟକ, କେ. ଗୌରୀ, ପି. ମୁରଲୀ, ଗୁରୁଦେବ ସୁନା ଓ ଅନ୍ୟ ସଦସ୍ୟମାନେ — ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନ କରିଥିଲେ।
ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲାର ଦିବ୍ୟାଙ୍ଗ ଭାଇ-ଭଉଣୀମାନଙ୍କ ସମସ୍ୟାଗୁଡିକୁ ପ୍ରାଥମିକତାର ସହିତ ସମାଧାନ କରିବା ପାଇଁ ଅନୁରୋଧ ଜଣାଇଥିଲା।
ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକରଣି ନିଜର ମୂଲ୍ୟବାନ ସମୟ ଦେଇ କହିଥିଲେ ମୁଁ ଯେ ପର୍ଯ୍ୟନ୍ତ ଜିଲ୍ଲାରେ ରହିଛି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ ପ୍ରକାରୀୟ ସୁବିଧା ଯଥା ସମୟରେ ପ୍ରଦାନ କରାଯିବ। ଆପଣମାନଙ୍କ ସହିତ ସଦାସର୍ବଦା ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment