BREAKING
Loading...
:

ମୋହନା ଠାରେ ବ୍ଲକ ସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗା ଶୋଭାଯାତ୍ରା ।

 ମୋହନା ଠାରେ ବ୍ଲକ ସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗା ଶୋଭାଯାତ୍ରା  ।




ଗଜପତି (ମନୋଜ କୁମାର ପାଢୀ)      ଗଜପତି ମୋହନା ଠାରେ ଆଜି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ନେତୃତ୍ୱରେ ମୋହନା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରୁ କଲେଜ ପର୍ଯ୍ୟନ୍ତ ଏକ ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦେଶ ୭୯ ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଆଜି ସ୍ଵାଧୀନତା ଦିବସ ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା କରାଯାଉଥିବା ଦେଖିବାକୁ ମିଳିଛି। ଏହି ଦିନରେ ସ୍ଥାନୀୟ ଅଞ୍ଚଳ ର ଶତାଧିକ ଶିକ୍ଷକ, ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ଏବଂ କର୍ମଚାରୀ ମାନେ ଏକତ୍ରିତ ହୋଇ ମଟର ସାଇକେଲ ଶୋଭାଯାତ୍ରା ରେ ବାହାରି ଦେଶ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଶୋଭାଯାତ୍ରା ରେ ବିଡିଓ ଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମାକାନ୍ତ ସାହୁ, ଗୋଷ୍ଟି ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା, ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଦିବସ ଟିକୁ ଆଡମ୍ବର ସହ ପାଳନ କରିଥିବା ବେଳେ ଦସ୍ତଖତ ଅଭିଯାନ ସହ ଫଟୋ ସେଲ୍ଫି ମଧ୍ୟ ନେଇଥିବା ଜଣାପଡିଛି। ଏହି ଉତ୍ସବ ମୋହନା ବ୍ଲକ ର ସମସ୍ତ ପଞ୍ଚାୟତ ରେ ବି ପାଳନ ହେବା ସଙ୍ଗେ ସମସ୍ତ ପରିବାର କୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS