କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ
ଖଣ୍ଡପଡା ୧୬|୮l୨୦୨୫; ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡିଛି। ଅନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଦଳେଇଙ୍କ ପୌରୋହିତ୍ୟରେ ନିଶାମୁକ୍ତ ଭାରତ ଗଠନ ପାଇଁ ଆୟୋଜିତ ଶପଥ ପାଠ ଉତ୍ସବରେ ଅନୁଷ୍ଠାନର ଶିକ୍ଷକ ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଏକ ନିଶାମୁକ୍ତ ଭାରତ ଓ ସୁସ୍ଥ ସମାଜ ଗଠନ ପାଇଁ ଶପଥ ନେଇଥିଲେ। କୁମ୍ଭାରପଡା ସରପଞ୍ଚ ଚିନ୍ମୟ କୁମାର ପଣ୍ଡା, ସମିତିସଭ୍ୟ ନରେନ୍ଦ୍ରନାଥ ଦାଶ,ଆଲୁମିନି କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ଅଖିଳ କୁମାର ପଣ୍ଡା, ସାମାଜିକ କର୍ମୀ ନାରାୟଣ ପଣ୍ଡା ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଗଣ ଶପଥ ପାଠ ଉତ୍ସବରେ ଉପସ୍ଥିତ ଥିଲେ।


إرسال تعليق