ଖଣ୍ଡପଡ଼ା ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ
ଓ ହେଲମେଟ ଚେକିଂ
ଖଣ୍ଡପଡ଼ା ୧୬|୮l୨୦୨୫: ଖଣ୍ଡପଡ଼ା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ ଓ ହେଲମେଟ ଚେକିଂକୁ କଡାକଡି କରାଯାଇଥିବା ଜଣାପଡିଛି। ଖଣ୍ଡପଡ଼ା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କର୍ମଚାରୀମାନେ ଖଳିସାହି ବଜାର, ଖଣ୍ଡପଡ଼ା ବାଇପାସ ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହାନ ଗୁଡିକର କାଗଜପତ୍ର ଯାଞ୍ଚ କରିବା ସହ ହେଲମେଟ ପିନ୍ଧି ନଥିବା ବାଇକ ଚାଳକମାନଙ୍କୁ ଅଟକାଇ ହେଲମେଟ ପିନ୍ଧିବା ନିମନ୍ତେ ତାଗିଦ କରିଥିଲେ।ଦୈନିକ ସଡକ ଦୁର୍ଘଟଣାର ଭୟାବହତାକୁ ନଜରରେ ରଖି ଖଣ୍ଡପଡ଼ା ପୋଲିସ ପକ୍ଷରୁ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ବେଳେ ଆଗକୁ ମଧ୍ଯ ଏପରି ଚଢାଉ ଅଭିଯାନ ଜାରି ରହିବ ବୋଲି ଖଣ୍ଡପଡ଼ା ପୋଲିସ ପକ୍ଷରୁ ସୂଚନା ମିଳିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق