BREAKING
Loading...
:

ନରେନ୍ଦ୍ର ମୋଦି ବିକାଶ ମିଶନର ଖଣ୍ଡପଡ଼ା ବ୍ଲକ ସଭାପତି ହେଲେ ବାଳକୃଷ୍ଣ

 ନରେନ୍ଦ୍ର ମୋଦି ବିକାଶ ମିଶନର ଖଣ୍ଡପଡ଼ା ବ୍ଲକ ସଭାପତି ହେଲେ ବାଳକୃଷ୍ଣ  

                                        



ଖଣ୍ତପଡା ୨୮|୮(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକର ବାଣପୁର ପଞ୍ଚାୟତ ଅଧିନ ରତନପୁର ଗ୍ରାମର ଯୁବ ସମାଜସେବୀ ବାଳକୃଷ୍ଣ ରାଉତଙ୍କୁ ନରେନ୍ଦ୍ର ମୋଦୀ ବିକାଶ ମିଶନର ଖଣ୍ଡପଡ଼ା ବ୍ଲକ ସଭାପତି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାଯାଇଛି।ଭୁବନେଶ୍ବରସ୍ଥିତ ଗୀତ ଗୋବିନ୍ଦ ସେବା ସଦନ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ ବିକାଶ ମିଶନର ରାଜ୍ୟ ସଭାପତି ସୁଜାଦ୍ ହୁସେନ୍ ବିଧିବଦ୍ଧ ଭାବେ ଶ୍ରୀ ରାଉତଙ୍କ ନାମ ଘୋଷଣା କରିବା ପରେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଶହଶହ ଶୁଭେଚ୍ଛୁ ଓ ସମର୍ଥକ ଶ୍ରୀ ରାଉତଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ଦୀର୍ଘ ୨୫ ଧରି ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ସୁଚାରୁରୁପେ କାର୍ଯ୍ୟକରି ଶ୍ରୀ ରାଉତ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଜଣେ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ବାଳକୃଷ୍ଣଙ୍କୁ ଏହି ଦାୟିତ୍ବ ପ୍ରଦାନ ପରେ ସେ ଆନନ୍ଦ ପ୍ରକାଶ କରିବା ସହ ଖଣ୍ଡପଡ଼ା ଅଞ୍ଚଳବାସୀଙ୍କ ସ୍ନେହ,ଶ୍ରଦ୍ଧାକୁ ପାଥେୟ କରି ସଫଳତାର ସହ ସେ ଦାୟିତ୍ବ ନିର୍ବାହ କରିବେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।ଏଥି ନିମନ୍ତେ ସେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ଭାଜପାର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS