BREAKING
Loading...
:

ଗଣିଆରେ ବିଭିନ୍ନ ସ୍ଥାନରେ ଗହ୍ମାଡିଆ ବା ରାକ୍ଷୀପୂର୍ଣ୍ଣିମା ପାଳିତ

 ଗଣିଆରେ ବିଭିନ୍ନ ସ୍ଥାନରେ ଗହ୍ମାଡିଆ ବା ରାକ୍ଷୀପୂର୍ଣ୍ଣିମା ପାଳିତ 

ଗଣିଆ ୦୯/୦୮(ସମିସ) ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ ପୂଜା ପାଆନ୍ତି । ଆଗେ କଳିଙ୍ଗୋତ୍କଳରେ ଗମ୍ହାପୂର୍ଣିମା (ଗହ୍ମାପୂର୍ଣିମା) ଦିନ ବଳଦେବ ଜୀଉଙ୍କ ବିଶେଷ ପୂଜାର୍ଚ୍ଚନା ହେଉଥିଲା । 



ପରମ୍ପରା ଅନୁଯାୟୀ ପ୍ରତି ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବ ଜୀଉ ଦେଉଳରେ ବଳଦେବଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ । ଗଣିଆରେ ଆଜି ଗହ୍ମା ପୂର୍ଣ୍ଣିମା ଧୁମଧାମରେ ପାଳିତ ହୋଇଯାଇଛି ।  ସକାଳୁ ଗାଇ ବଳଦ ମାନଙ୍କୁ ପୂଜାର୍ଚ୍ଚନା କରି ସେମାନଙ୍କୁ ପିଠା,ମିଠା ଖାଇବାକୁ ଦେଇ ଗୋଡରେ ରାକ୍ଷୀ ବାନ୍ଧିବା ସହିତ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥିଲା । ଭଉଣୀ ମାନେ ନିଜ ନିଜ ଭାଇର ଦୀର୍ଘାୟୁ କାମନା କରି ରାଖି ବାନ୍ଧିଥିଲେ । 

ଅପରାହ୍ନରେ ଗାଁ ଗାଁରେ ଗହ୍ମାଡିଆ ପର୍ବ ପାଳନ କରାଯାଇଥିଲା । ଏହି ଗହ୍ମାଡିଆରେ ଯୁବକ ଯୁବତୀମାନେ ସାମିଲ ହୋଇଥିଲେ । ଗଣିଆ ବ୍ଳକର ବିଭିନ୍ନ ଗ୍ରାମରେ ଗହ୍ମାଡିଆ ଅତି ଆନନ୍ଦର ସହିତ ପାଳିତ ହୋଇଯାଇଥିବା ଜଣାପଡିଛି ।


 ଗଣିଆରେ ଥିବା ବିଭିନ୍ନ ସ୍ବେଛାସେବୀ ସଂଗଠନ ତଥା ଓମ୍ ଶାନ୍ତି ଆଶ୍ରମର ଅନ୍ତେବାସୀ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧୁ ଥିବା ଦେଖିବାକୁ ମିଳିଛି । ଗଣିଆ ବାଲିସାହି ଗ୍ରହରାଜ ଯୁବକ ସଂଘ ତରଫରୁ ଗହ୍ମାଡିଆର ଆୟୋଜନ କରାଯାଇଥିବା ବେଳେ ଗ୍ରାମର ୫୦ରୁ ଅଧିକ ଶିଶୁ,ଯୁବକ ଯୁବତୀ ଏଥିରେ ଅଂଶ ଗ୍ରହଣ କରିଥିଲେ । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS