ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂଗଙ୍କୁ ଭେଟିଲେ ଓଡ଼ିଆ ଛାତ୍ର
ସମ୍ବଲପୁର (ମଣିଭଦ୍ରା ଖବର)
ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂଗଙ୍କୁ ଦିଲ୍ଲୀରେ ଗବେଷଣା କରୁଥିବା ତଥା ଦିଲ୍ଲୀର ଜଣାଶୁଣା ଛାତ୍ରନେତା ନୀଳାମ୍ବର ଦାସ ଓ ସୌମ୍ୟରଞ୍ଜନ ବଡ଼ପଣ୍ଡା ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ମୁଖ୍ୟରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା ୧୮୧୮/ ତା ୨୩. ୦୭. ୨୦୨୫ ଅନୁସାରେ ଓଡ଼ିଶାର ୪୩୧ ଟି ଉଚ୍ଚ ବିଦ୍ୟାଳୟରେ ବାଧ୍ୟତାମୂଳକ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବଦଳରେ ଭୋକେସନାଲ ବା ଧନ୍ଦାମୂଳକ ଶିକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ଓଡ଼ିଶା ସରକାର ଯେଉଁ ଚିଠି ପ୍ରକାଶ କରିଥିଲେ ସେହି ବିଷୟରେ ଆଲୋଚନା କରିଥିଲେ। ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀକୁ ପୁନଃ ରଖିବା ଓ ଧନ୍ଦାମୂଳକ ଶିକ୍ଷାକୁ ଉଚ୍ଛେଦ କରିବା ପାଇଁ ଆଜି ମନ୍ତ୍ରୀ କଥା ଦେଇଛନ୍ତି। ଓଡ଼ିଆ ଛାତ୍ରଙ୍କ ଉପସ୍ଥିତିରେ ମନ୍ତ୍ରୀ ନିଜେ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜ୍ଞାଙ୍କ ସହ କଥା ହୋଇଥିଲେ ଏବଂ ଏହାର ବହୁତ ଶୀଘ୍ର ସମାଧାନ ପାଇଁ କଥା ଦେଇଥିଲେ । ମାନ୍ୟବର ମନ୍ତ୍ରୀ କହିଥିଲେ ଦେବଭାଷା ସଂସ୍କୃତର ରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଆମ ସରକାର ସଦାସର୍ବଦା ତତ୍ପର ରହିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment