BREAKING
Loading...
:

ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କାର୍ଯ୍ଯ

 ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କାର୍ଯ୍ଯ 



ଖଣ୍ଡପଡ଼ା ୧୮|୮ (ନି.ପ୍ର) ଦିର୍ଘ ବର୍ଷ ଧରି ସର୍ଭେ ପରେ ସର୍ଭେ କାର୍ଯ୍ଯରେ ସୀମିତ ହୋଇ ପଡି ରହିଛି ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କାର୍ଯ୍ଯ।ସେହିପରି ନୟାଗଡରୁ ପ୍ରଭୁ ଶ୍ରୀନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ରେଳପଥ  ସଂଯୋଗୀକରଣ ପ୍ରସ୍ତାବ କେବଳ ପ୍ରତିଶୃତିରେ ଅଟକିଥିବା ଜଣାପଡିଛି। ଗତ ୨ ବର୍ଷ ତଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଣ୍ଟିଲୋ ଓ ଖଣ୍ଡପଡ଼ା  ଅଞ୍ଚଳକୁ ଗସ୍ତରେ ଆସିଥିବା ବେଳେ ଖଣ୍ଡପଡ଼ା ଅଞ୍ଚଳବାସୀ ରେଳମନ୍ତ୍ରୀଙ୍କୁ ଭେଟି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବିତ ଅନୁଗୁଳ ଜିଲ୍ଲାର କୋଇଲାନଗରୀ ତାଳଚେର ଠାରୁ କଣ୍ଟିଲୋ, ଖଣ୍ଡପଡ଼ା,ନୟାଗଡ ଦେଇ ଗଞ୍ଜାମ ଜିଲ୍ଲାର ବନ୍ଦର ସହର ଗୋପାଳପୁରକୁ ରେଳପଥ ସଂଯୋଗୀକରଣ ପ୍ରକଳ୍ପ ତୁରନ୍ତ କାର୍ଯ୍ଯକାରୀ କରିବାକୁ ଦାବି ଉପସ୍ଥାପନ କରିଥିଲେ।ଅଞ୍ଚଳବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ସହ ଜଡିତ ଥିବା ତାଳଚେର-ଗୋପାଳପୁର ବ୍ରଡ଼ଗେଜ ରେଳପ‌ଥ ନିର୍ମାଣ କାର୍ଯ୍ଯର ଅଗ୍ରଗତି ନେଇ ସେ         ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେବା ସହ ଖୁବଶୀଘ୍ର ନୟାଗଡ ଟାଉନ ରେଳ ଷ୍ଟେସନ ଠାରୁ ଖଣ୍ଡପଡ଼ା ଦେଇ ପ୍ରଭୁ ଶ୍ରୀନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ରେଳପଥ ସଂଯୋଗୀକରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କେନ୍ଦ୍ର ରେଳମନ୍ତ୍ରୀଙ୍କ ପ୍ରତିଶୃତି ପରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଥିଲା ଯାହାକି ୨୦୨୪ ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରତିଫଳିତ ହୋଇଛି। ଦିର୍ଘ ବର୍ଷ  ପରେ ପ୍ରଥମଥର ପାଇଁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରି ବିଧାନସଭାକୁ ପଠାଇଛନ୍ତି।ଖଣ୍ଡପଡ଼ା ବିଧାନସଭା କ୍ଷେତ୍ର ବିଜେପି ଅକ୍ତିଆରରେ ଥିବା ବେଳେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି।ମାତ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିକାଶର ଧାରା ବଜାୟ ରହିବା ପରିବର୍ତ୍ତେ ଏବେ ବି ଏହା ଏକ ପଛୁଆ ନିର୍ବାଚନମଣ୍ଡଳୀ ଭାବେ ପରିଗଣିତ ହେଉଛି।ରେଳପଥ ସଂଯୋଗୀକରଣ ପ୍ରକଳ୍ପ ଠାରୁ ଆରମ୍ଭ କରି ମେଗା  ପାନୀୟଜଳ ପ୍ରକଳ୍ପ, ମହାନଦୀରେ ବ୍ୟାରେଜ ନିର୍ମାଣ ପ୍ରକଳ୍ପ, ବୃହତ ବିଦ୍ୟୁତ ଗ୍ରୀଡ ନିର୍ମାଣ ପ୍ରସଙ୍ଗ କେବଳ ପ୍ରତିଶୃତି ମଧ୍ଯରେ ସୀମିତ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି।ଖଣ୍ଡପଡ଼ାବାସୀଙ୍କ ସ୍ବାର୍ଥ  ସହ ଜଡିତ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର କାର୍ଯ୍ଯକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଖଣ୍ଡପଡ଼ାବାସୀଙ୍କ ସୁନେଲି ସ୍ବପ୍ନକୁ ସାକାର କରିବାରେ କେତେଦୂର ସଫଳ ହେଉଛି ତାହା ସମୟ କହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS