BREAKING
Loading...
:

ରାଉତପଡାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

 ରାଉତପଡାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ 



ଗଣିଆ ୧୮/୦୮(ସମିସ) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବେଲପଡାପାଟଣା ପଞ୍ଚାୟତ ରାଉତପଡା ଗ୍ରାମରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ବନମାଳୀ ପ୍ରଧାନ, ସନ୍ତୋଷ କୁମାର ସାହୁ,ପ୍ରଦୀପ କୁମାର ବେହେରା,ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ, ଜନମଙ୍ଗଳ ସମିତିର ସଦସ୍ୟ ଉପସ୍ଥିତ ଥିଲେ । ଗ୍ରାମର କୋଠଘରେ ଏକ ସଭାର ଆୟୋଜନ କରାଯାଇ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଥିଲା ।  ଗ୍ରାମ ପରିବେଶ ସଫା ସୁତୁରା ରଖିବା, ଅଯଥାରେ ପାଣି ଜମି ରହୁଥିବା ସ୍ଥାନକୁ ପରିଷ୍କାର କରିବା,ଜ୍ବର ହେଲେ ସଙ୍ଗେସଙ୍ଗେ ମେଡିକାଲକୁ ଯିବା, ମଶାରୀ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପରାମର୍ଶ ଦେଇଥିଲେ । ଗ୍ରାମରେ ଥିବା ଡ୍ରେନ ଗୁଡିକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ କୂଅ ଗୁଡିକରେ ବ୍ଳିଚି° ପାଉଡର ପକାଇବା, ଅପରିଷ୍କାର ଜଳ ବ୍ୟବହାର ନକରିବାକୁ ସଚେତନ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS