ଖୁଣ୍ଟା ପଞ୍ଚାୟତ ସମିତି ପକ୍ଷରୁ ସମସ୍ତ ପଞ୍ଚାୟତରେ ଘର ଘର ତ୍ରିରଙ୍ଗା ଘର ଘର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଜାରୀ ।
ଭାରତ ସରକାର ଙ୍କ କାର୍ଯ୍ୟକ୍ରମ ଘର ଘର ତ୍ରିରଙ୍ଗା ଘର ଘର ସ୍ବଚ୍ଛତାକୁ ସ୍ୱତନ୍ତ୍ରତାର ଉତ୍ସବ ଭାବେ ସ୍ଵଚ୍ଛତାର ସହ, ଖୁଣ୍ଟା ପଞ୍ଚାୟତ ସମିତି ପକ୍ଷରୁ ପାଳନ ହୋଇ ଆସୁଛି । ଏହି କାର୍ଯ୍ୟକ୍ରମ ତା 08.08.25 ରୁ ଆରମ୍ଭ ହୋଇ ତା 15.08.25 ରିଖ ସ୍ଵାଧୀନତା ଦିବସ ପର୍ଯ୍ୟନ୍ତ ଜାରୀ ରହିବ । ଏହି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଖୁଣ୍ଟା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଏବଂ ମିଶନ ଶକ୍ତିର ମାଆ ମାନଙ୍କ ଦ୍ଵାରା ଖୁବ ଉତ୍ସାହର ସହିତ ଅନୁଷ୍ଠିତ ହୋଇ ଆସୁଥିବା ଦେଖିବାକୁ ମିଳିଛି ।ସରକାରଙ୍କ ଏହି ଘର ଘର ତ୍ରିରଙ୍ଗା ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମକୁ ଖୁଣ୍ଟା ପଞ୍ଚାୟତ ସମିତି ପକ୍ଷରୁ, ଲକ୍ଷ୍ମଣାସାହି, ଡୁକୁରା, ବାଙ୍ଗରା, ବାସିପିଠା, ବଡଫେଣି, ବଡପଥରା, ଭୋଳାଗଡ଼ିଆ, ଡେଙ୍ଗାମ, ବାହାନଡ଼ା, ଗଡିଗାଁ, ବି ସି ପୁର, ଧାନଘେରା ଏବଂ କରକଚିଆ ,ଆଦି 14 ଗୋଟି ପ୍ରମପଞ୍ଚୟତରେ ପଞ୍ଚାୟତ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଲଘଚାପଜନିତ ବର୍ଷା ସତ୍ତ୍ବେ ମିଶନ ଶକ୍ତିର ମାଆ ମାନେ ଉପସ୍ଥିତ ରହି ଭରତ ସରକାରଙ୍କ ,ଏହି ଘର ତ୍ରିରଙ୍ଗା ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment