ଜୁଆ ଆଡ୍ଡା ଉପରେ ବେଲଗୁଣ୍ଠା ପୋଲିସ୍ ର ଚଢ଼ାଉ ; ନଗଦ ଟଙ୍କା,ମୋବାଇଲ୍, ମୋଟରସାଇକେଲ୍ ଜବତ ; ଛଅ ଜୁଆଡି ଗିରଫ
ବେଲଗୁଣ୍ଠା,- ରାତିରେବେଲଗୁଣ୍ଠା ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଛଅ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍,ମୋଟରସାଇକେଲ୍ ଏବଂ ତାସ୍ ଜବତ କରିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଏସ୍ଆଇ ବିଶ୍ୱରଞ୍ଜନ ନାୟକ ଏବଂ ତାଙ୍କ ଟିମ୍ ବେଲଗୁଣ୍ଠା ଏନ୍ଏସି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବର ଗାଆଁ ହାଇସ୍କୁଲ୍ ନିକଟରେ ଜୁଆ ଖେଳ ଚାଲିଥିବା ସୂଚନା ପାଇଥିଲେ I ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବରଗାଁ ହାଇସ୍କୁଲ୍ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ଜୁଆ ଖେଳ ଚାଲିଥିବା ଜାଣି ପାରିଥିଲା I ପୋଲିସ୍ ଟିମ୍ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ଜୁଆଡ଼ି ମନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ I କିନ୍ତୁ ପୋଲିସ୍ ବାହିନୀ ସେଠାରେ ଛଅ ଜଣଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧୩,୪୬୦ ଟଙ୍କା, ପାଞ୍ଚୋଟି ମୋବାଇଲ୍, ଗୋତିଏ ମୋଟରସାଇକେଲ୍ ଏବଂ ଦୁଇ ସେଟ୍ ତାସ୍ ଜବତ କରିଥିଲା I ଗିରଫ ହୋଇଥିବା ଜୁଆଡି ମାନେ ହେକେ ବରଗାଁର ଶିବ ଗୌଡ଼, ରାଜେନ୍ଦ୍ର ଜେନା, ମିଥୁନ୍ ପୋଲେଇ, ଟୁଲୁ ବିଷୋୟୀ, ଆଶିଷ ଗୌଡ଼ ଏବଂ ରାକେଶ ରଣା I ଏହି ଘଟଣାରେ ବେଲଗୁଣ୍ଠା ଥାନାରେ ୩୯୬/୨୫ ରେ ଏକ ମାମଲା ରୁଜୁ କରାଯିବା ସହିତ ଗିରଫ ଛଅ ଜୁଆଡିଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق