କୁକୁଡାଖଣ୍ଡି ବ୍ଲକ ରେ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ଅଣଦେଖା।
କୁକୁଡାଖଣ୍ଡି ବ୍ଲକ ରେ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ଅଣଦେଖା। ବ୍ଲକ ର ପ୍ରତିଟି ସଭାସମିତି କ୍ଷେତ୍ରରେ ସରପଞ୍ଚ ମାନଙ୍କୁ ନିମନ୍ତ୍ରଣ କରାଯାଉଛି ହେଲେ କୌଣସି ସମିତି ସଭ୍ୟ ଓ ସଭ୍ୟା ଙ୍କୁ ନିମନ୍ତ୍ରଣ କରାଯାଉନି କି ସୂଚନା ପ୍ରଦାନ କରାଯାଉନି। ଗତକାଲି ଅର୍ଥାତ୍ ବୁଧବାର ଦିନ ଦିଗପହଣ୍ଡି ବିଧାୟକ ଶ୍ରୀ ଡଃ ସିଦ୍ଧାନ୍ତ ମହାପାତ୍ର ଙ୍କ ମାତା ଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ସରପଞ୍ଚ ମାନଙ୍କୁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଫୋଟୋ ଟି ସୋସିଆଲ ମିଡିଆ ରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି।କାହା ନିର୍ଦେଶ ରେ ବ୍ଲକ ର ସମିତି ସଭ୍ୟ ଓ ସଭ୍ୟା ଙ୍କୁ ଅଣଦେଖା କରାଯାଉଛି ତାହା ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଆଗକୁ କୁକୁଡାଖଣ୍ଡି ବ୍ଲକ ର ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ହେବାକୁ ଥିବା ବେଳେ ବର୍ତମାନ ସମୟ ରେ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ଅଣଦେଖା କରାଯାଉଥିବା ଦୃଶ୍ୟ ସାମ୍ମା କୁ ଆସିଛି। ଉକ୍ତ ଘଟଣା କୁ ନେଇ କିଛି ସମିତି ସଭ୍ୟ ଓ ସଭ୍ୟା ହୃଦବେଗ ପ୍ରକାଶ କରିଥିବା ଜଣାପଡିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق