BREAKING
Loading...
:

ସ୍ବାମୀ ହାତରେ ସ୍ତ୍ରୀକୁ ହତ୍ୟା ।

 ସ୍ବାମୀ ହାତରେ ସ୍ତ୍ରୀକୁ ହତ୍ୟା  ।                              



ଗଜପତି(ମନୋଜ  କୁମାର ପାଢୀ) ସ୍ବାମୀ ହାତରେ ସ୍ତ୍ରୀକୁ ହତ୍ୟା  ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ଗାଁରେ l ମୃତକ ରେଶମା ବାଗସିଂ l ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂ କୁ ଥାନା ରେ ଅଟକ ରଖି ତଦନ୍ତ କରୁଛି ପୋଲିସ l ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ମୋହନା ରେ ଚାଲିଥିବା ମିନା ବଜ଼ାର ବୁଲିବାକୁ ଆସିଥିଲେ l ରାତି ପ୍ରାୟ ୧୦ ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ l ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣ କୁ ବଚସା ହୋଇଥିଲା l ଉତକ୍ଷିପ୍ତ ହୋଇ ସ୍ୱାମୀ ଅନନ୍ତ ଗୋଟିଏ କାତିରେ ସ୍ତ୍ରୀ ରେଶମା ର ବେକରେ ଓ ମୁହଁରେ ହାଣି ଦେଇଥିଲା l ପରିବାର ଲୋକ ବିଳମ୍ବିତ ରାତିରେ ମୋହନା ମେଡିକାଲ ଆଣିଥିଲେ l ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS