BREAKING
Loading...
:

ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଅନୁଷ୍ଠିତ ।

 ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର  ଅନୁଷ୍ଠିତ ।

 


ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ  ମିଳିତ ସମନ୍ଵୟରେ  ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ  ଦିବା ୧୦.୦୦ ଘଟିକା ସମୟରେ ଗାନ୍ଧୀ ପାର୍କ ନିକଟସ୍ଥ  ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି  । ଏହି ଶିବିରରେ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ରାୟଗଡ଼  ମୁଖ୍ୟ ଅତିଥିରୁପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ କରିବା ସହିତ ଶିବିରର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ମୁଖ୍ୟ ଅତିଥିଙ୍କ ସମେତ ପୌରାଧକ୍ଷ  ଶ୍ରୀ ପି. ମହେଶ ପଟନାୟକ,  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର , ପୌର ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା , ରାୟଗଡ଼ ପୌର ପରିଷଦର ସମସ୍ତ ପାରିଷଦ ବର୍ଗ ,  ଓଡିଶା ଭିନ୍ନକ୍ଷମ ମଞ୍ଚର ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲୀ,  ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଗର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ , ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟର ଭେଷଜ ବିଶାରଦ ତଥା ପୌର ପରିଷଦର ଗୋଷ୍ଠୀ ସଙ୍ଗଠିକା ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦାନ କରି ଏହି ଶିବିରକୁ ସଫଳତାର ସହ ସମ୍ପାଦନ କରିବାରେ ଯଥାସାଧ୍ୟ ପ୍ରୟାସ  କରିଥିଲେ ।  


 ଏହି ଶିବିରରେ ମୋଟ ୨୪୮ ଜଣ ଭିନ୍ନକ୍ଷମ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୯୭ ଜଣ ଭିନ୍ନକ୍ଷମଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଦିବ୍ୟଙ୍ଗ ଉପକରଣ ଯଥା ଟ୍ରାଇସାଇକଲ , ଶ୍ରବଣ ଯନ୍ତ୍ର , ୱାକର ଇତ୍ୟାଦି  ପ୍ରଦାନ କରାଯାଇଥିଲା । ଅବଶିଷ୍ଠ ଦିବ୍ୟାଙ୍ଗ ମାନଙ୍କୁ ଭତା , ବସ ପାସ, ଡି.ଆର.ଆଇ ଲୋନ ଭଳି   ଅନ୍ୟାନ ସୁବିଧା ପ୍ରଦାନ କରାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS