BREAKING
Loading...
:

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ।

 ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ।



ବ୍ରହ୍ମପୁର (ମଣିଭଦ୍ରା ଖବର ) ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ  ନିର୍ଦ୍ଦେଶ କ୍ରମେ ଗୃହ ବିଜ୍ଞାନ ବିଭାଗୀୟ ମୁଖ୍ଯ ପ୍ରଫେସର ଡଃ ସସ୍ମିତା ବେହେରାଙ୍କ ତତ୍ତ୍ବାବଧାନରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଗୃହ ବିଜ୍ଞାନର ସମସ୍ତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ  କରିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଶୋଭାଯାତ୍ରା କରିଥିଲେ ଏବଂ " କୁଟି ଖାଅ କାଟି ପିନ୍ଧ " ସ୍ଲୋଗାନ ଧ୍ବନିରେ ବିଶ୍ବ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ଯ ସହଯୋଗ କରିଥିଲେ । ଅଧ୍ୟାପିକା ସହକାରୀ ପ୍ରଫେସର ଅଲିତା ମିଞ୍ଜ, ମାନସି ମେହେର , ଅସ୍ମିତା ବେଉରା, ଏବଂ ଛାତ୍ରୀ ନିକିତା ରାଣୀ ଭଞ୍ଜ, ବନ୍ଦନା ପ୍ରଧାନ, ନିର୍ଲିପ୍ତା ପ୍ରିୟଦର୍ଶନୀ, ମଧୁସ୍ମିତା ନାୟକ, ମନିଷା କହଁର , ଛାତ୍ର ଇଜୁ ଅମିନ ଖାନ , ଏନ୍ କାମରାଜୁ ପାତ୍ର , ଓ ସୁବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS