BREAKING
Loading...
:

ଖଣ୍ଡପଡ଼ା ଅଞ୍ଚଳରେ ଗହ୍ମାପର୍ବ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ

 ଖଣ୍ଡପଡ଼ା ଅଞ୍ଚଳରେ ଗହ୍ମାପର୍ବ ଓ  ରକ୍ଷାବନ୍ଧନ ଉତ୍ସବ ପାଳିତ            



ଖଣ୍ଡପଡ଼ା ୯|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାରମ୍ପରିକ ଗହ୍ମାପର୍ବ ଓ ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଶନିବାର ପାଳିତ ହୋଇଯାଇଛି। ଗୋପାଳକ ମାନେ ଗାଈ ବଳଦଙ୍କୁ ଫୁଲଚନ୍ଦନ ,ସିନ୍ଦୁର ଦେଇ ପୂଜା କରିଥିବା ବେଳେ ଚାଷୀମାନେ ଚାଷ କାର୍ଯ୍ଯରେ ବ୍ୟବହୃତ ହେଉଥିବା ହଳ ଲଙ୍ଗଳକୁ ପାରମ୍ପରିକ ପ୍ରଥାନୁସାରେ ପୂଜାର୍ଚ୍ଚନା କରିଥିଲେ।ଖଣ୍ତପଡା ବ୍ଲକ ଅଧିନ ମର୍ଦ୍ଦରାଜପୁର, ହରିଚନ୍ଦନପୁର, ସିଧାମୂଳା ,ବାଣପୁର , ବରକୋଳି ବନ୍ଧ ,ସମେତ ଆଖପାଖ ଅଞ୍ଚଳରେ ଗହ୍ମା ଡିଆଁ ପର୍ବ ମହାସମାରୋହରେ ପାଳିତ  ହୋଇଯାଇଛି। ସିଧାମୂଳା ଗ୍ରାମ ଓ ମର୍ଦ୍ଦରାଜପୁର ମୁଣ୍ତିଆ ହନୁମାନଙ୍କ ପୀଠ ନିକଟରେ ଅପରାହ୍ନରେ ଆୟୋଜିତ ଗହ୍ମା ଡିଆଁ ପର୍ବକୁ ଉପଭୋଗ କରିବା ନିମନ୍ତେ ଆଖପାଖ ଅଞ୍ଚଳରୁ ଶହଶହ ଜନସାଧାରଣଙ୍କ ସମାଗମ ହୋଇଥିଲା। ଗହ୍ମା ଡିଆଁ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା।ବିଶେଷ କରି ଖଣ୍ଡାୟତ ଓ ପାଇକ ସମ୍ପ୍ରଦାୟର ଜନସାଧାରଣ ଗହ୍ମାପର୍ବକୁ ଦିର୍ଘ ବର୍ଷ ଧରି ପାରମ୍ପରିକ ପର୍ବ ଭାବେ ପାଳନ କରି ଆସୁଥିବା ଜଣାପଡିଛି।ସେହିପରି ଖଣ୍ଡପଡ଼ା ସହର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ଘରେ ଘରେ ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ସମସ୍ତେ ମସଗୁଲ ହୋଇଥିବା ଜଣାପଡିଛି।ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାର ଶୁଭ ମନାସି ଥିବା ବେଳେ ଖଣ୍ଡପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିବେଶବିତମାନେ ଗଛରେ ରାକ୍ଷୀ ବାନ୍ଧି ପରିବେଶର ସୁରକ୍ଷା ନିମନ୍ତେ ଅଞ୍ଚଳବାସୀଙ୍କୁ ବାର୍ତ୍ତା ଦେଇଥିବା ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS