BREAKING
Loading...
:

ଭାପୁର ବ୍ଲକରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଭାପୁର ବଜାରରୁ ବାହାଡାଶୁଣୀ ପର୍ଯ୍ୟନ୍ତ ବାଇକ ରାଲି

 ଭାପୁର ବ୍ଲକରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଭାପୁର ବଜାରରୁ ବାହାଡାଶୁଣୀ ପର୍ଯ୍ୟନ୍ତ ବାଇକ ରାଲି 




ଭାପୁର, ୧୪/୮ (ବିଭୂତି ମହାପାତ୍ର) ଭାପୁର ବ୍ଲକ ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ଭାପୁର ବାଇପାସ ସ୍ଥିତ ଶ୍ରୀରାମ ମନ୍ଦିର ଠାରୁ ଏକ ବାଇକ ରାଲି ବାହାରି "ମା" ବାହାଡାଶୁଣୀ ପୀଠ ପର୍ଯ୍ୟନ୍ତ ଯାଇଥିଲା. ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଥିଲେ. ଭାପୁର ବାଇପାସ ସ୍ଥିତ ଶ୍ରୀରାମ ମନ୍ଦିର ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ଶହ ଶହ ବାଇକ ରାଲି ବାହାରି ଭାପୁର ବଜାର ଦେଇ ଶାଳପଡା, ମାଣିବନ୍ଧ, ଜାମୁସାହି, କାଚରାସାହି, ବାହାଡା ବଜାର ଦେଇ ବାଇଗୁଣିଆଁ ଗ୍ରାମ ପରିକ୍ରମା କରି ବାହାଡାଶୁଣୀ ପୀଠରେ ସମାପ୍ତ ହୋଇଥିଲା. ଦେଶ ୭୯ ତମ ସ୍ୱାଧୀନତା ଦିବସ ପାଳନ କାରିବାକୁ ଯାଉଥିବା ବେଳେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ କ୍ରମେ ପୂର୍ବ ବର୍ଷ ପରି ଚଳିତ ବର୍ଷ କିପରି ପ୍ରତେକ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ିବ ସେଥିପାଇଁ ଏହି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି. ଏହି ଶୋଭାଯାତ୍ରାରେ ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ସୋସିଆଲ ମିଡ଼ିଆ ସଭାପତି ଶଶୀଭୁଷଣ ରାଉତରାୟ, ଜନପ୍ରତିନିଧି, ଚାମୁଆ ନେତା ଓ କର୍ମୀମାନେ ଯୋଗଦେଇଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS