କନେଷ୍ଟବଳ ଅନିଲ ଗିରି ସସପେଣ୍ଡ
ଦାୟିତ୍ଵ ସମ୍ପାଦନରେ ଅବହେଳା ଅଭିଯୋଗରେ କନେଷ୍ଟବଳ ନିଲମ୍ବିତ । କନେଷ୍ଟବଳ ଅନିଲ ଗିରି ନିଲମ୍ବିତ ।ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନାରେ କାର୍ଯ୍ୟରତ ଥିଲେ କନଷ୍ଟବଳ ଅନିଲ ଗିରି। ବିଭାଗୀୟ ବିଶୃଙ୍ଖଳା ପାଇଁ ନିଲମ୍ବିତ ।ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଧେଶରେ ନିଲମ୍ବିତ ହୋଇଛନ୍ତି କନେଷ୍ଟବଳ ଅନିଲ ଗିରି। ତେବେ ବିଭିନ୍ନ ସମୟରେ ଡିଉଟିରେ ଥାଇ ମଦ୍ୟପାନ କରିବା, ଡିଉଟିରେ ଖିଲାପ କରିବା, ଖାକିର ଅପବ୍ୟବହାର କରିବା ଭଳି ଅଭିଯୋଗରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିବା ଜଣାପଡିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق