BREAKING
Loading...
:

ବ୍ଲକ ଗ୍ରାଣ୍ଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ କରିବା ଦାବି

 



*ରାଜ୍ୟର ୩ ହଜାର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୨୮/ ୩୦ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ବ୍ଲକ ଗ୍ରାଣ୍ଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ କରିବା ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି। ଗତ ୨୪ ବର୍ଷ ଶାସନ ମଧ୍ଯରେ ଗୋଟିଏ ବି ସରକାରୀ ବିଦ୍ୟାଳୟ ଗଠନ କରି ନ ଥିବା ସରକାର ୧୯୯୪ ମସିହାରୁ ପ୍ରଚଳିତ ଅନୁଦାନ ବ୍ୟବସ୍ଥା ବାତିଲ କରି ୨୦୦୪ ରୁ ବିଦ୍ୟାଳୟଗୁଡ଼ିକରେ ଏବଂ ୨୦୦୯ ରୁ ମହାବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ କର୍ମଚାରୀଙ୍କ ପାଇ ବଲ୍କ (BULK) ଗ୍ରାଣ୍ଟ ଭଳି ଏକ କୁତ୍ସିତ ବ୍ୟବସ୍ଥାର ପ୍ରଚଳନ କରିଥିଲେ। ଶୁକ୍ରବାର ଦିନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଥିବା ବେଳେ ଅଗଷ୍ଟ ୧୬ ତାରିଖ ଦିନ ଭୂବନେଶ୍ୱରରେ ମହାସମାବେଶର ଡାକରା ଦିଆ ଯାଇଛି। ଛତ୍ରପୁର ଠାରେ ଓଷ୍ଟାର ଗଞ୍ଜାମ ଜିଲ୍ଲା ସଭାପତି ସନ୍ତୋଷ ଜେନା, ମିଳିତ ମଞ୍ଚ ଆବାହକ ବିଜୟ ବେହେରା, ରାଜ୍ଯ ସଭ୍ଯ ରାମଚନ୍ଦ୍ର ପଲେଇ ଓ ଉପଦେଷ୍ଟା ହିମାଂଶୁ ପଟ୍ଟନାୟକଙ୍କ ନେତୃତ୍ଵରେ ଶତାଧିକ ଶିକ୍ଷକ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS