ଆସ ସ୍କୁଲ ଯିବା’ ସଚେତନତା ପଦଯାତ୍ରା
ଖଣ୍ଡପଡ଼ା ୧୯|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଅଧାରୁ ପାଠ ଛାଡିଥିବା, ଆଦୌ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନ ଥିବା ଓ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାର
ଲକ୍ଷ୍ୟ ନେଇ ରାଜ୍ୟ ବ୍ୟାପୀ ‘ଆସ ସ୍କୁଲ ଯିବା’ ଅଭିଯାନ ଶିକ୍ଷା ବିଭାଗ ପକ୍ଷରୁ ଚାଲୁ ରହିଛି। ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟ ପକ୍ଷରୁ 'ଆସ ସ୍କୁଲ ଯିବା' ସଚେତନତା ପଦଯାତ୍ରା ଓ ସ୍ବତନ୍ତ୍ର ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦଳେଇଙ୍କ ଅଧ୍ଯକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଗହଣରେ ଛାତ୍ରଛାତ୍ରୀମାନେ ପଦଯାତ୍ରାରେ ବାହାରି କୁମ୍ଭାରପଡ଼ା ଗ୍ରାମର ବିଭିନ୍ନ ୱାର୍ଡ ପରିକ୍ରମା କରିବା ଅବସରରେ ଅଭିଭାବକ ଓ ପିଲାମାନଙ୍କୁ ଏ ନେଇ ସଚେତନ କରାଯାଇଥିଲା। ଶିକ୍ଷକ ରାଜ କିଶୋର ମଲ୍ଲିକ, ବରାଳ ଭେଙ୍କଟ ଦାଶ, ଜିତେନ୍ଦ୍ର କୁମାର ପଣ୍ଡା ,ମନୋଜ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment