BREAKING
Loading...
:

ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ।

 ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ।



ଗଜପତି, ୪/୮(ମନୋଜ ପାଢୀ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ସୁଶ୍ରୀ ମଧୁସ୍ମିତାଙ୍କୁ ଭେଟିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହି। ସେ ଜିଲ୍ଲାପାଳଙ୍କୁ ଭେଟି ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ଜିଲ୍ଳାର ତଥା ପାରଳା ନିର୍ବାଚନ ମଣ୍ଡଳୀର ଉନ୍ନତି ଦୃତ ଗତିରେ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

ତତ୍ ସହିତ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଓ ଆର୍ ଉଦୟଗିରି ବ୍ଳକ ଆକାଂକ୍ଷୀ ବ୍ଲକରେ ଉନ୍ନତ ପ୍ରଦର୍ଶନ କରିଥିବା ହେତୁ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ପାରଳା ନିର୍ବାଚନ ମଣ୍ଡଳୀର ଉନ୍ନତି କିଭଳି ହେବ ସେନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ବି ବିରରାଜ୍, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନାମି ମଣ୍ଡଳ,କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାଇଆମ୍ମା, କାଶୀନଗର ବ୍ଲକ ଉପାଧ୍ୟକ୍ଷ ରଘୁରାମ ସାହୁ, ପୌର ଅଧ୍ୟକ୍ଷା ନିର୍ମଳା ସେଠି, ଜିଲ୍ଲା ପରିଷଦ ଏସ ବାଲାରାଜୁ, ପ୍ରମୁଖ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS