BREAKING
Loading...
:

ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନ ଗଡ ଗ୍ରାମରେ ପ୍ରଶାସନ ଦ୍ଵାରା ସିଲ କରାଯାଇଥିବା ଏକ ଗୋଦାମରୁ 21 କ୍ଵିଣ୍ଟାଲ ଚାଉଳ ଜବତ ।

 ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନ ଗଡ ଗ୍ରାମରେ ପ୍ରଶାସନ ଦ୍ଵାରା ସିଲ କରାଯାଇଥିବା ଏକ ଗୋଦାମରୁ 21 କ୍ଵିଣ୍ଟାଲ ଚାଉଳ ଜବତ ।

 

 



ଗଜପତି:୧୧/୮(ମନୋଜ ପାଢୀ)ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ଗ୍ରାମରେ ପ୍ରଶାସନ ସିଲ କରିଥିବା ଏକ ଗୋଦାମ ଗୃହରୁ ମୋଟ 21 କୁଇଣ୍ଟାଲ 37କେଜି 680 ଗ୍ରାମ ଚାଉଳ ଥିବା ଗୁମ୍ମା ବ୍ଲକ ଯୋଗାଣ ଅଧିକାରୀ ତାପସ ତ୍ରିପାଠୀ ସୂଚନା ଦେଇଛନ୍ତି। ଜିଲ୍ଲା ଉପ ଯୋଗାଣ ଅଧିକାରୀ ସୁହଂସା ଭୋଇ, ବ୍ଲକ ଯୋଗାଣ ଅଧିକାରୀ ତାପସ ତ୍ରିପାଠୀ, ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ଗୋଦାମ ଖୋଲା ଯାଇଥିଲା। ସୂଚନାଅନୁସାରେ ଚାଉଳ ଗଛିତ ରଖିଥିବା ବ୍ୟକ୍ତି ଏସ. ବାୟାଲୁ ମଧ୍ୟ ଉପସ୍ଥିତ ଥିଲେ। ପ୍ରତେକଙ୍କ ଉପସ୍ଥିତରେ ମୋଟ 43 ପକେଟ ଚାଉଳ ପଞ୍ଚାୟତର ଗୋଦାମ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଚାଉଳ ମଧ୍ୟରୁ ଦୁଇ କିଲୋ ଚାଉଳ ପରୀକ୍ଷଣ ନିମନ୍ତେ ନେଉଥିବା ଗୁମ୍ମା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। ବିଡମ୍ବନାର ବିଷୟ ପଞ୍ଚାୟତର ପଖାରେ ଏହି ଚାଉଳ କିଣାବିକା ହେଉଥିଲେ ମଧ୍ୟ କିପରି ବିଭାଗୀୟ ଅଧିକାରୀ ଜାଣିପାରୁନାହାନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସରକାର ପ୍ରଶାସନଙ୍କ ମାଧ୍ୟମରେ ଦାରିଦ୍ର ସୀମାରେଖା ତଳେ ଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ପଡି କାର୍ଡ ପ୍ରଦାନ କରିଛନ୍ତି ଯାହାକି ଗରିବଙ୍କ ପେଟକୁ ମୁଠେ ଦାନା ଦେବାପାଇଁ କିନ୍ତୁ ଅନେକ ହିତାଧିକାରୀ ଏହି ଚାଉଳ ନ ଖାଇ ଅନେକାଂଶରେ ବିକ୍ରି କରୁଥିବା ନଜିର ଆସିଛି। ଏଥିରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛିକି ସରକାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି ନା ଚାଉଳ ନିମ୍ନମାନର ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS