BREAKING
Loading...
:

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନିତୀ 2020 ଟାଏଁ ଟାଏଁ ଫୁସ୍

 *ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନିତୀ 2020 ଟାଏଁ ଟାଏଁ ଫୁସ୍*



 ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଚଳିତ ଶିକ୍ଷା ବର୍ଷ ପାଇଁ ବୃତ୍ତିଭିତ୍ତିକ ପାଠ୍ୟକ୍ରମ ଯଥା ବିବିଏ, ଏମବିଏ ଓ 5 ବର୍ଷୀୟ ଇଟିସି କୋର୍ସ ରେ ଦୁର୍ଭାଗ୍ୟଜନକ ଭାବେ ନାମ ଲେଖା ହୋଇପାରିନାହିଁ l ସୂଚନା ଯୋଗ୍ୟ ଯେ ବିଗତ 17 ବର୍ଷ ଧରି ୟୁ ଜି ସି ମାନ୍ୟତା ପ୍ରାପ୍ତ ଏହି କୋର୍ସ୍ ଗୁଡିକ ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ଅନୁମତିରେ ଖୋଲିଥିଲା l ବର୍ଷ ବର୍ଷ ଧରି ଏହି କୋର୍ସ୍ ଗୁଡିକ ଦକ୍ଷିଣ ଓଡ଼ିଶା ର ସହସ୍ରାଧିକ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅତି ସ୍ୱଳ୍ପ ଖର୍ଚ୍ଚ ରେ ପ୍ରଫେସନାଲ ଡିଗ୍ରୀ ଓ ରୋଜଗାର ତଥା ଚାକିରି ସୁଯୋଗ ସୁଯୋଗ ପାଉଥିଲେ l ଉଦାହରଣ ସ୍ୱରୂପ ବି ବି ଏ କୋର୍ସ୍ କୌଣସି ପ୍ରାଇଭେଟ୍ କଲେଜ ରେ ପଢିବା ପାଈଁ ବାର୍ଷିକ 40 ରୁ 50 ହଜାର ଖର୍ଚ୍ଚ ହେବ। ସେଭଳି ଏମ ବି ଏ କୋର୍ସ୍ ବାର୍ଷିକ ଏକ ଲକ୍ଷ ଟଙ୍କା ରୁ ଅଧିକ ଖର୍କ ହୁଏ l କିନ୍ତୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ବି ବି ଏ କୋର୍ସ୍ ବର୍ଷ କୁ ମାତ୍ର ଟ 15,000 ଓ ଏମ ବି ଏ କୋର୍ସ୍ ଟ 25,000 ରେ ପଢ଼ିବା ସୁଯୋଗ ପାଉଥିଲେ l ଏଥି ସହ ଏହି ବୃତ୍ତିଭିତ୍ତିକ କୋର୍ସ୍ ର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପ୍ଲେସମେଣ୍ଟ ର ସୁବିଧା ପାଇପlରୁଥିଲେ l ବିଗତ ବହୁ ବର୍ଷ ଧରି ମେଧାବୀ ଆର୍ଥିକ ତଥା ସମଜିକ ପଛୁଆ ବର୍ଗର ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ଏହି କୋର୍ସ୍ ଗୁଡିକର ପ୍ରବଳ ଚାହିଦା ରହି ଆସିଛି l ଏହି ବର୍ଷ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଏହି ପ୍ରଫେସନାଲ କୋର୍ସ୍ ଗୁଡିକରେ ନାମ ଲେଖାଇବା ପାଇଁ ଏବେ ସୁଦ୍ଧା ଆଶା ବାନ୍ଧି ବସିଛନ୍ତି l ଏଭଳି ଏକ ଘଡି ସନ୍ଧି ମୂହୁର୍ତ୍ତ ରେ କେତେବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବାଜି ରେ ଲାଗିଛି, ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଜାଣିଶୁଣି ଆଖି, ନାକ, କାନ ବନ୍ଦ କରି ନାମଲେଖାଇବା ଅଟକାଇ ଚୁପଚାପ୍ ବସିଛନ୍ତି l ଏନେଇ ଅଭିଭାବକ ମହଲ ରେ ଏଭଳି ଛାତ୍ର ମlରଣ ନୀତି କୁ ସନ୍ଦେହ ଚକ୍ଷୁ ରେ ଦେଖାଯାଉଛି l ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଙ୍କ ଏଭଳି ମନମୁଖୀ ଓ ସନ୍ଦେହଜନକ କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି l ସୂଚନା ଯୋଗ୍ୟ ଯେ, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣ ପାଈଁ ସାରା ଦେଶ ତଥା ଓଡ଼ିଶା ରେ ଜାତୀୟ ଶିକ୍ଷା ନୀତି 2020 କୁ ଆପଣାଇ ବୃତ୍ତି ଭିତିକ ପାଠ୍ଯକ୍ରମ କୁ ପ୍ରୋତ୍ସାହନ ଦେଉଥିବାବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଏହାର ବିପରୀତ ଦିଗରେ ନିଷ୍ପତ୍ତି ନିଆଯାଉଛି l ଜାତୀୟ ଶିକ୍ଷା ନୀତି 2020 ଛାତ୍ରଛାତ୍ରୀ ଙ୍କୁ ପ୍ରଫେସନାଲ୍ କୋର୍ସ ମାଧ୍ୟମରେ ସ୍ବରୋଜଗାର, ଆତ୍ମନିର୍ଭର ତଥା ଉଦ୍ୟୋଗ ବିକାଶ ଦିଗରେ ପ୍ରେରିତ କରୁଥିବାବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନୀତି 2020 କୁ ଶ୍ୱାସରୁଦ୍ଧ କରି ହତ୍ୟା ଯୋଜନା କରାଯାଉଅଛି l ଏପରିକି ଚାପା ସ୍ଵର ରେ ଆଲୋଚନl ହେଉଛି କି ବିଶ୍ଵବିଦ୍ୟାଳୟର କିଛି ଉଚ୍ଚ ପଦସ୍ତ୍ ଅଧିକାରୀ ଙ୍କ ଏଭଳି ରାଷ୍ଟ୍ର ତଥା ଛାତ୍ର ବିରୋଧୀ ନିଷ୍ପତ୍ତି ପି ସି (କମିଶନ) ପାଇଁ ତଥା ସ୍ଥାନୀୟ ଘୋରୋଇ ବି ବି ଏ, ଏମ ବି ଏ କଲେଜ କୁ ଆର୍ଥିକ ଫାଇଦା ଦେବା ପାଇଁ କରlଯାଇନି ତ? କଣ କାରଣ ଥାଇପାରେ ପ୍ରବଳ ଚାହିଦା ଥିବା ଏହି କୋର୍ସ୍ ରେ ନାମ ଲେଖା ଅଟକାଇ ରଖିବା ? ଗରୀବ ମେଧାବୀ ଛା୍ରଛାତ୍ରୀମାନଙ୍କୁ ଘୋରୋଇ କଲେଜ୍ ରେ ପଢ଼ିବା ପାଇଁ ଏକ ପ୍ରକାର ବାଧ୍ୟ କରିବା କାହା ସ୍ବାର୍ଥ ରେ ? ବିଶ୍ଵବିଦ୍ୟାଳୟ କର୍ତୃପକ୍ଷ ଙ୍କ ନାମ ଲେଖା ବନ୍ଦ ରଖିବା ନିଷ୍ପତ୍ତି ୟୁ ଜି ସି ନିୟମାବଳୀ ତଥା ଛାତ୍ରଛାତ୍ରୀଙ୍କ ସାମ୍ବିଧାନିକ ଅଧିକାର କୁ କ୍ଷୁର୍ଣ୍ଣ କରୁଛି l ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ ଙ୍କ ଶିକ୍ଷା ଅଧିକାର ଆଇନ ର ବିରୋଧି ଅଟେ l ଶୁଣାଯାଉଛି ଏହି ବେଆଇନ ନାମଲେଖା ଅଟକାଇବା ନିଷ୍ପତ୍ତି ନା ଉଚ୍ଚ ଶିକ୍ଷl ବିଭାଗ ଓଡିଶା ସରକାର, ନା ବିଶ୍ଵବିଦ୍ୟାଳୟ କୁଳାଧିପତି ନା ୟୁ ଜି ସି ଙ୍କ ଅନୁମତି ବିନା  ନିଆଯାଇଛି l ଜଣାଯାଉଛି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ସମ୍ବିଧାନ ଓ ସରକାର ଙ୍କ ଉପରେ କାମ କରୁଛି l ଏଭଳି ଲୁଚା ଛପା ନିଷ୍ପତ୍ତି ପଛ ରେ ରହସ୍ୟ କଣ ହୋଇପାରେ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚ୍ୟ ବିଷୟ ହୋଇଛି l ଏଣୁ ଯଥା ଶୀଘ୍ର ଏହି ବେଆଇନ ନିଷ୍ପତ୍ତି କୁ ବାତିଲ କରି ନାମ ଲେଖା ଆରମ୍ଭ କରାଯିବା ସହ ଶତାଧିକ ଗରିବ ମେଧାବୀ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଓ କ୍ୟାରିୟର ଗଠନ ପାଇଁ ରାଜ୍ଯ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ଉଠୁଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS