BREAKING
Loading...
:

ବୈଦ୍ୟେଶ୍ୱର ଟି ସେତୁରେ ବାଇକ ମୁହାଁମୁହିଁ ଧକ୍କା :2 ମହିଳା ଗୁରୁତର 3ଆହତ

 ବୈଦ୍ୟେଶ୍ୱର ଟି ସେତୁରେ ବାଇକ ମୁହାଁମୁହିଁ ଧକ୍କା :2 ମହିଳା ଗୁରୁତର 3ଆହତ 



ବାଙ୍କୀ, 9l8(ମାନସ ରଞ୍ଜନ ସାହୁ):ବୈଦ୍ୟେଶ୍ୱର ଟି ସେତୁରେ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ସନ୍ଧ୍ୟାରେ ଘଟିଛି.ଖବର ପାଇ ବୈଦ୍ୟେଶ୍ୱର ଥାନାର ଆଇ ଆଇ ସି ସଞ୍ଜୟ କୁମାର ଜେନା ଘଟଣା ସ୍ଥଳରୁ ଉଦ୍ଧାର କରି କଳାପଥର ଡାକ୍ତର ଖାନାକୁ ନେଇଥିଲେ. 5ଜଣ ଆହତଙ୍କ ମଧ୍ୟରୁ 2ଜଣ ମହିଳା ଙ୍କ ଅବସ୍ଥା ଗୁରୁତର ଥିବାରୁ ଖୋର୍ଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟ କୁ ରେଫର କରିଥିଲେ ଡାକ୍ତର. ସୂଚନା ମୁତାବକ ବଡ଼ମ୍ବା ବ୍ଲକ ଗୋପୀନାପୁର ପଟୁ ଏକ ହାଇସ୍ପିଡ଼ ବାଇକରେ ପ୍ରେମିକ ରମେଶ ନାୟକ ଏବଂ ତାଙ୍କର ପ୍ରେମିକା ଲଷ୍ମୀପ୍ରିୟା ବେହେରା ଙ୍କ ସହ ଶୁଭ ଲକ୍ଷ୍ମୀ ସେଠିଙ୍କୁ ବସାଇ ଟି ସେତୁରେ ଦ୍ରୁତ ଗତିରେ ବୈଦ୍ୟେଶ୍ୱର ଅଭିମୁଖେ ଆସୁଥିଲେ। ବୈଦ୍ୟେଶ୍ୱର ପଟୁ ଗୋପୀନାପୁର ଅଭିମୁଖେ ଯାଉଥିଲା ବେଳେ ଟି ସେତୁ ଉପରେ ସ୍କୁଟି ଚାଳକ ରୁନି ନାୟକ ଏବଂ ଗୋଲାପ ନାୟକ ଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛନ୍ତି. ଗୁରୁତର ଆହତ ବୈଦ୍ୟେଶ୍ୱର ଥାନା ଅଳସୁଆ ଗ୍ରାମର ରୁନି, କନ୍ତକାଇଗ୍ରାମର ଗୋଲାପର ହାତ ଗୋଡ଼ ଭାଙ୍ଗି ଯାଇଥିଲା ବେଳେ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି. ଖବର ଲେଖା ହେଲା ପର୍ଯ୍ୟନ୍ତ ଥାନାରେ କୋଣସି ଅଭିଯୋଗ ହୋଇ ନଥିବାରୁ ଲିଖିତ ଦରଖାସ୍ତ କଲେ ଦୃଘଟଣା ଘଟାଇ ଫେରାର ଥିବା ଯୁବକକୁ ଗିରଫ କରାଯାଉ ଥାନାକୁ ଅଣାଯିବ ବୋଲି ଆଇ ଆଇସି ସଞ୍ଜୟ କୁମାର ଜେନା ଜଣାଛନ୍ତି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS