BREAKING
Loading...
:

ଜ୍ଞାନଦୀପ ଜରିଆରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜ ର କତୃପକ୍ଷ ବାଣ୍ଟିବେ ପିଲାଙ୍କୁ ପରୀକ୍ଷା ଜ୍ଞାନ l

 ଜ୍ଞାନଦୀପ ଜରିଆରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜ ର କତୃପକ୍ଷ ବାଣ୍ଟିବେ ପିଲାଙ୍କୁ ପରୀକ୍ଷା ଜ୍ଞାନ l 



କୋରାପୁଟ /ଆଜି ଜିଲ୍ଲା ପ୍ରଶାସନ ସ୍ଥାନୀୟ ମେଡିକାଲ କଲେଜ ଅଟୋରିୟମ ଠାରେ ଜିଲ୍ଲା ର ସମସ୍ତ ହାଇସ୍କୁଲ  ମୋଡେଲ ସ୍କୁଲ ଓ କଲେଜଗୁଡିକ ର ଉଚ୍ଚ କତୃପକ୍ଷ ଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଆୟୋଜନ କରିଥିଲେ l ଯାହାକୁ କୋରାପୁଟ ଜିଲ୍ଲାପାଳ ଭି କୀର୍ତି ଭାସନ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କର୍ମ ଶlଳା କୁ ଉଦଘାଟନ କରିବା ସହ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ କଲେଜ କତୃପକ୍ଷ ଙ୍କୁ ବୁଝାଇ ଥିଲେ କେବଳ ସେତିଜି ନୁହଁ ସେମାନଙ୍କ ର ସହ ବିଦ୍ୟାଳୟ ଗୁଡିକର ସୁବିଧା ଅସୁବିଧା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  କଲେଜ ଗୁଡିକର ଉଚ୍ଚ କତୃପକ୍ଷ ଙ୍କ ର ଅନୁଭୂତି ଗୁଡିକ ବlର୍ତ୍ତଳାପ ମlଧ୍ୟ୍ୟମ ରେ ନିଜର ଭାବ ବିନିମୟ କରିଥିଲେ l  ବିଶେଷ କରି ନବମ ଓ ଦଶମ ଶ୍ରେଣୀ ର ପରୀକ୍ଷା ପଦ୍ଧତି ଉପରେ ବି ଆଲୋଚନା କରିଥିଲେ l ଏପରିକି ବିଦ୍ୟାଳୟ ଗୁଡିକ ର ଉନ୍ନତି ସହ ପିଲା ଙ୍କର ଶିକ୍ଷା ମlଧ୍ୟ୍ୟମ ଉନ୍ନତି କିପରି ହୋଇ ପାରିବ ସେ ଉପରେ ପରାମର୍ଶ ଦେଇଥିଲେ l ଆଜିର ଏହି କର୍ମଶାଳା ରେ ନିମନ୍ତ୍ରିତ ଅତିଥି ସମେତ ଜିଲ୍ଲା ର ସମସ୍ତ ଉଚ୍ଚ ବିଦ୍ୟାଳୟମାଧ୍ୟମିକ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ କଲେଜ ର ପ୍ରିନ୍ସପାଲ ଉପସ୍ଥିତ ଥିଲେ l ଏହି ସମସ୍ତ କାଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ବିଭାଗ ପରିଚାଳନା କରିଥିଲେ  ବ୍ଲକ ଶିକ୍ଷା ଅଧିକାରୀ ଡିଡବ୍ଲୁ ଓ ବିଜ୍ଞାନ ଅନୁପରିଦର୍ଶକ ଜିଲ୍ଲା ଆଈ ଟି ଡି ଏ ଅଧିକାରୀ ଅତିରିକ୍ତ ଶିକ୍ଷା ଅଧିକାରୀ ଏ ଉପଲକ୍ଷେ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS