ଏୟାରଷ୍ଟ୍ରିପରୁ ମୃତଦେହ ଉଦ୍ଧାର,ସଂଘବଦ୍ଧ ଆକ୍ରମଣ ସନ୍ଦେହ
ଏୟାରଷ୍ଟ୍ରିପରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର।ସଂଘବଦ୍ଧ ହୋଇ ନୃଶଂସ ଭାବେ କୌଣସି ଓଜନିଆ ସାମଗ୍ରୀ ବ୍ୟବହାର କରି ମୁଁହ ଓ ମୁଣ୍ଡରେ ଆଘାତ କରିଥିବା ଦେଖିବାକୁ ମିଳିଛି। ତେବେ ହତ୍ୟାକାରୀ ଦୁର୍ବୃତ୍ତମାନେ ମୃତକଙ୍କ ମୁହଁରେ ବାରମ୍ବାର ଆଘାତ କରି କ୍ଷତବିକ୍ଷତ କରି ଦେଇଥିବା ଦେଖିବାକୁ ମିଳିଛି। ତେବେ ଏ ନୃଶଂସ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣ ରହିଛି ସ୍ପଷ୍ଟ ହୋଇନାହିଁ। ହେଲେ ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଦେଖବା ପାଇଁ ଲୋକଙ୍କ ଗହଳି ଲାଗିଥିଲା ।ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ଅମର୍ଦା ଏୟାରଷ୍ଟ୍ରିପରୁ ସାମ୍ନାକୁ ଆସିଛି । ଜନୈକ ଯୁବକଙ୍କ ମୃତଦେହ ଜବତ କରିଛି ପୋଲିସ l ମୃତକ ଜଣକ ହେଲେ ରାସଗୋବିନ୍ଦପୁର ପଞ୍ଚାୟତର ନିଶିକାନ୍ତ ମହାନ୍ତି(୫୭) ବର୍ଷ l ସୂଚନା ମୁତାବକ, ନିଶିକାନ୍ତ ଗାଈ ଖୋଜିବାକୁ ଏୟାରଷ୍ଟ୍ରି ନିକଟକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ l ତେବେ ଆଜି ସକାଳେ ନିଶିକାନ୍ତଙ୍କ ମୃତଦେହ ଏୟାରଷ୍ଟ୍ରିପରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ l ଖବରପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପୋଲିସ ଟିମ ସହ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି l ତେବେ ଘଟଣାସ୍ଥଳରେ ପୋଲିସ ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଏନେଇ ଥାନାରେ ୨୮୨/୨୫ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତଜାରୀ ରଖିଛି ପୋଲିସ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق