ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଖଣ୍ଡପଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଇପସିତା ଦ୍ବିତୀୟ
ଖଣ୍ଡପଡ଼ା ୨୫|୭ (ବ୍ୟୁରୋ) ଓଡ଼ିଶା ସାହିତ୍ଯ ଏକାଡେମୀର ୬୮ ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଭୁବନେଶ୍ଵର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖଣ୍ଡପଡ଼ାର ୧୦ ମ ଶ୍ରେଣୀ ଛାତ୍ରୀ ଇପସିତା ପଣ୍ତା ୨ୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ପାଇଁ ସୁନାମ ଆଣିଛନ୍ତି। ରବିନ୍ଦ୍ରମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ମାନ୍ୟବର ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାରସ୍ୱତ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଏବଂ ଓଡ଼ିଶା ସାହିତ୍ୟ ଏକଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀଗଣଙ୍କ ସମେତ ବହୁ ସାହିତ୍ୟିକ ଓ ମାନ୍ଯଗଣ୍ଯ ବ୍ଯକ୍ତିମାନେ ଉପସ୍ଥିତ ଥିଲେ।ଛାତ୍ରୀଙ୍କ ଏହି ବିଶେଷ ସଫଳତାକୁ ନେଇ ଅନୁଷ୍ଠାନର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ସାହୁ,ବରିଷ୍ଠ ଶିକ୍ଷକ ବିଦ୍ୟାଧର ମହାରଣାଙ୍କ ସମେତ,ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗର୍ବ ଅନୁଭବ କରିବା ସହ ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment